ଅପରାଧ ରାଜ୍ୟ

ଖଜୁରିଆରୁ ଧରାପିଡଲେ ବନ୍ୟ ଜନ୍ତୁ ଶିକାରୀ, ସମ୍ୱର ସିଙ୍ଘ ସହ ଅସ୍ତ୍ରଶସ୍ତ୍ର ଓ ମୋଟର ସାଇକେଲ ଜବତ

ବରଗଡ ୦୬/୦୮: ବନ୍ୟ ଜନ୍ତୁ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ । ଗତକାଲି ବରଗଡ଼ ଜିଲ୍ଲା ଖଜୁରିଆ ଅଞ୍ଚଳରୁ VHF ମାଧ୍ୟମରେ ଖବର ପାଇ ବନବିଭାଗର ୧୮ ଜଣିଆ ପେଟ୍ରୋଲିଂ ଟିମ ହୀରାକୁଦ ୱାଇଲଡ଼ ଲାଇଫ ଡିଭିଜନ ଅଧୀନରେ ଥିବା ଡେଵରିଗଡ଼ ସେଂଛୁରୀ ଅଞ୍ଚଳ ଭିତରେ ଥିବା ଉଷା କୋଠି ନିକଟରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାର ସକ୍ଷମ ହୋଇଛି ।

ଅଭିଯୁକ୍ତ ମାନେ ହେଲେ ସୁଶୀଲ ବାଗ, ହୃଷିକେଶ ପ୍ରଧାନ, ପଞ୍ଚାନନ ପ୍ରଧାନ, ମୁକେଶ ଭୋଇ ଓ ଶାନ୍ତନୁ ସାହୁ । ଗିରଫ ଅଭିଯୁକ୍ତ ମାନେ ସମସ୍ତେ ଭଟଲି ବ୍ଲକ ଅନ୍ତର୍ଗତ ସମରଧରାରୁନି ପାଲି ଗାଁର ବୋଲି ବନ ବିଭାଗ ସୂଚନା ଦେଇଛି । ଅଭିଯୁକ୍ତଙ୍କ ଠାରୁ ସମ୍ବର ସିଙ୍ଘ, ୫ଟି ଝୋଟ ବସ୍ତା, ୫ ଟି ଛୁରୀ ,୨ ଟି କୁରାଢ଼ୀ ଓ ଦୁଇଟି ମୋଟର ସାଇକେଲ ଜବତ କରାଯାଇ ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ବନବିଭାଗ ।

ତେବେ ପୂର୍ବରୁ ଡେଵରିଗଡ଼ ଅଞ୍ଚଳରୁ ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ବନ୍ୟଜନ୍ତୁ ଶିକାର କରି ଚମଡା ,ସିଙ୍ଘ ଓ ବହୁ ମୂଲ୍ୟବାନ ସାମଗ୍ରୀ ଚୋରା ଚାଲାଣ କରୁଥିବା ସୂଚନା ରହିଚି ଜହାକୁ ନେଇ ବନ ବିଭାଗ ପକ୍ଷରୁ ସମସ୍ତ ସ୍ଥାନରେ ଚଢ଼ାଉ ଜାରି ରହିଛି । ତେବେ ଗତକାଲି ୱାଇଲଡ଼ ଲାଇଫ ଡିଏଫଓଙ୍କ ନିର୍ଦେଶକ୍ରମେ ଗାଁ ରେଞ୍ଜର ଷ୍ଟାଫ ମାନେ ଅଭିଯୁକ୍ତ ମାନକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।