ଅପରାଧ ରାଜ୍ୟ

ସ୍କୁଟି ସହ ୧୭ଲିଟର ମଦ ଜବତ : ଜଣେ ଗିରଫ, ଜଣେ ଫେରାର

ଚାନ୍ଦବାଲି ୫।୮: ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଦୋସିଙ୍ଗା ବଜାରରୁ ୨ ଜଣ ଯୁବକ ଦୁଇ ପେଟି ମଦ ନେଇ ଆସୁଥିବା ବେଳେ ଚାନ୍ଦବାଲି ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢାଉ କରିଥିଲା । ଘଟଣାସ୍ଥଳରୁ ସ୍କୁଟି ସହ ୧୭ ଲିଟର ମଦ ଜବତ ସହ ୨ ଜଣକୁ ଗିରଫ କରି ଚାନ୍ଦବାଲି ଥାନା ଅଧିନସ୍ଥ ଗୋବିନ୍ଦପୁର ଥାନାକୁ ଆଣୁଥିବା ବେଳେ ଜଣେ ଯୁବକ ପୋଲିସ ହାତରୁ ଖସିଯାଇଥିବା ଜଣାପଡିଛି ।

ତେବେ ଦୋସିଙ୍ଗା ବଜାର ଧାମରା ଥାନା ଅଧିନସ୍ଥ ହୋଇଥିବା ବେଳେ କେମିତି ସଂପୃକ୍ତ ଚୋରା ମଦ ବ୍ୟବସାୟୀ ୨ଟି ଥାନା ଅଞ୍ଚଳ ଧାମରା ଏବଂ ବାଂଶଡା ଥାନା ଅତିକ୍ରମ କରି ଚାନ୍ଦବାଲି ଥାନା ଅଞ୍ଚଳକୁ ଆସିଥିଲେ । ଏ ଦୁଇ ଥାନା ଅଧିକାରୀ କିପରି ଖବର ପାଇଲେ ନାହିଁ ଅଥବା ଜାଣିଶୁଣି ଚୋରା ମଦ ବେପାରୀଙ୍କୁ ବେପାର କରିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଚାନ୍ଦବାଲି ଥାନାରେ ୨୫୨ନଂ କେସ୍ ରୁଜୁ ହୋଇ ସଂପୃକ୍ତ ଗିରଫ ହୋଇଥିବା ଯୁବକଙ୍କୁ କୋର୍ଟ ଚାଲାଣ କରାଯିବା ସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।