ଅପରାଧ ରାଜ୍ୟ

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ: ବାପା ମୃତ, ଦୁଇ ପୁଅ ଗୁରୁତର

ରାୟଗଡ଼ା: ଗୁଣି ଗାରେଡ଼ି ସନ୍ଦେହରେ କାଶୀପୁର ବ୍ଲକ ଦୁଡୁକା ବାହଲ ପଞ୍ଚାୟତର ଟିଟିଗୁଡ଼ା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି। ଗ୍ରାମବାସୀଙ୍କ ଆକ୍ରମଣରେ ଦଇ ମାଝିଙ୍କ ମୃତ୍ୟୁ ହୋଇଛି। ସୌଭାଗ୍ୟବଶତଃ ଗ୍ରାମବାସୀଙ୍କ ଆକ୍ରମଣରୁ ବର୍ତ୍ତିଯାଇ ଦଇଙ୍କ ଦୁଇ ପୁଅ ଦୁର୍ଯ୍ୟ ମାଝି ଓ ଲାଲୁ ମାଝି ଖସି ଆସି ଗୁରୁତର ଅବସ୍ଥାରେ ଟିକିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ହତ୍ୟାକାଣ୍ଡ ପରେ ଆକ୍ରମଣକାରୀ ଫେରାର ଅଛନ୍ତି। ଏବେ ସୁଦ୍ଧା ଗାଁ ଦାଣ୍ଡରେ ମୃତଦେହ ପଡ଼ି ରହିଛି। ଟିକିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବୁଧବାର ବିଳମ୍ବିତ ରାତି ୧ ଟାରେ ଏହି ଅଘଟଣ ଘଟିଛି। ଗାଁରେ କିଛିଦିନ ଧରି ଝାଡ଼ାବାନ୍ତି ଲାଗି ରହିଥିବାରୁ ଗୁଣି ସନ୍ଦେହରେ ଏପରି ହେଉଥିବା ଆକ୍ରମଣକାରୀ ସନ୍ଦେହ କରିଥିଲେ। ଦଇଙ୍କ ପରିବାର ଉପରେ ସନ୍ଦେହ କରି ଗତକାଲି ରାତିରେ ଦଇଙ୍କ ଓ ଦୁଇ ପୁଅଙ୍କୁ ଘରୁ ଉଠାଇ ଆଣି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୁମ ପିଟିଥିଲେ। ମାଡ଼ରେ ଘଟଣାସ୍ଥଳରେ ଦଇଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ପୁଅ କୌଶଳକ୍ରମେ ଖସି ଆସିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।