ରାଉରକେଲା ୩।୮: ଓଡିଶାରେ ମଦ ବଟଲର ଏବଂ ଉତ୍ପାଦନ କାରଖାନା ଉପରେ ଡିଜିଜିଆଇ ଚଢ଼ାଉ କରିଛି । ଡିଜିଜିଆଇ ଭୁବନେଶ୍ବର ଅଧିକାରୀମାନେ ମଦ୍ୟପାନ ବଟଲର ଏବଂ ଉତ୍ପାଦକଙ୍କ ଉପରେ ଓଡ଼ିଶାର ୫ଟି ଜିଲ୍ଲା ଯଥା ଖୋର୍ଦ୍ଧା, ବାଲେଶ୍ଵର, କୋରାପୁଟ, ସମ୍ବଲପୁର, ଗଞ୍ଜାମର ୯ଟି ସ୍ଥାନରେ ଚଢ଼ାଉ କରିଥିଲେ । ଅଧିକାରୀମାନଙ୍କୁ ଏହି ଚଢ଼ାଉରେ ଓଡିଶା ପୋଲିସ ସାହାଯ୍ୟ କରିଥିଲା । ପାଖାପାଖି ୧୪ କୋଟି ଟଙ୍କା ଜିଏସଟିର ଅନିୟମିତତା ଦେଖିବାକୁ ମିଳିଥିଲା ।
ବର୍ତ୍ତମାନ ପର୍ଯ୍ୟନ୍ତ ୧୨ କୋଟି ଟଙ୍କାର ଜିଏସଟି ପୈଠ ହୋଇଛି । କିଛି ଦିନ ପୂର୍ବରୁ କେନ୍ଦୁଝରର ୮ଟି ସ୍ଥାନ ରେ ଡିଜିଜିଆଇ ଅଧିକାରୀମାନେ ଏହିଭଳି ଚଢ଼ାଉ କରିଥିଲେ । ୨୧୨ କୋଟି ଜାଲି ଜିଏସଟି ଆଇଟିସି ଧରା ପଡିଥିଲା । ସେଥିରୁ ୯ କୋଟି ୫୦ ଲକ୍ଷ ଟଙ୍କା ପୈଠ ହୋଇସାରିଛି । ଏ ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି ।