ଅପରାଧ ରାଜ୍ୟ

୬ ଦିନ ଧରି ନାବଳକକୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ, ସିଡବ୍ଲୁସି କରିବ ତଦନ୍ତ

ସମ୍ୱଲପୁର, , ୦୩/୦୮: ୬ ଦିନ ଧରି ନାବାଳକ ଶିଶୁପୁତ୍ରକୁ ଥାନାରେ ଥାର୍ଡ ଡିଗ୍ରୀ | ସମ୍ବଲପୁର ସଦର ଥାନା ବିରୁଦ୍ଧରେ ଆସିଛି ଏହି ସାଂଘାତିକ ଅଭିଯୋଗ | ମୋବାଇଲ ଚୋରି ଅଭିଯୋଗରେ ୧୧ ବର୍ଷୀୟ ନାବାଳକକୁ ସଦର ଥାନା ପୋଲିସ ନେଇ ପଚରାଉଚୁରା କରିବା ସହ ଥାର୍ଡ ଡିଗ୍ରୀ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି |

ବୁଧବାର ସିଡବ୍ଲୁସିରେ ନାବାଳକୁ ହାଜର କରିବା ପରେ ସିଡବ୍ଲୁସି ପକ୍ଷରୁ ନାବାଳକକୁ ପଚରା ଉଚୁରା ପରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି | ଚଷମା ପିନ୍ଧା ଜଣେ ଲେଡି ଅଫିସର ପାଇପ ଓ ବାଡିରେ ବାଡେଇ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ କରିଛନ୍ତି | ଯଦି କୌଣସି ଅପରାଧ ପାଇଁ ଶିଶୁକୁ ସେଠାରେ ରଖାଗଲା ତେବେ ୨୪ ଘଣ୍ଟା ଭିତରେ କାହିଁକି ଜୁଭିନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଗଲା ନାହିଁ ବୋଲି ପ୍ରଶ୍ନ ଉଠୁଛି | ସେପଟେ ଯଦି ଅସହାୟ ଅବସ୍ଥାରେ ତାକୁ ଉଦ୍ଧାର କରାଗଲା, କାହିଁକି ସିଡବ୍ଲୁସିରେ ଦିଆଗଲା ନାହିଁ | ସିଡବ୍ଲୁସି ପକ୍ଷରୁ ଏହାର ତଦନ୍ତ କରାଯିବ ବୋଲି ଜଣାପଡିଛି

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।