ଲମତାପୁଟ ୦୩/୦୮: ପୁଣି ମାଛକୁଣ୍ଡ ପୋଲିସ୍ କୁ ବଡ଼ ସଫଳତା । ଆନ୍ଧ୍ର ସୀମାନ୍ତବର୍ତ୍ତୀ ଇଲାକାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମାଡିବସିଲା ମାଛକୁଣ୍ଡ ଲମତାପୁଟ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସ.ଡ଼ି.ପିଓ.ଙ୍କ ନେତୃତ୍ଵ ରେ ମାଛକୁଣ୍ଡ , ଲମତାପୁଟ ପୋଲିସ ଟିମ୍ ଗଠନ କରି ମୁସୁରି ଗ୍ରାମ ନିକଟ କୁ ଯାଇଥିଲେ ।
ଏକ ଅଟୋ ସାହାଯ୍ୟରେ ଗଞ୍ଜେଇ ଆଣି ଅଦା ବୋଝେଇ ଟ୍ରକ ରେ ରଖୁଥିବା ସମୟରେ ପୋଲିସ ମାଡ଼ି ବସିଥିଲା । ପୋଲିସ ଆସିବା ଦେଖି ଗଞ୍ଜେଇ ଲୋଡ଼ିଂ କରୁଥିବା କିଛି ଯୁବକ ଫେରାର ହୋଇଯାଇଥିବା ବେଳେ ଟ୍ରକ୍ ଡ଼୍ରାଇଭର ଏବଂ ଗଞ୍ଜେଇ ଲୋଡିଂ କରୁଥିବା ଯୁବକ ଙ୍କୁ କାବୁ କରିଥିଲା ପୋଲିସ ।
ଦୁଇଟି ଯାକ ଗାଡ଼ିକୁ ଯାଞ୍ଚ କରିବାରୁ ୧୦ଟି ବସ୍ତାରେ ପ୍ରାୟ ୨କୁଇଣ୍ଟାଲ ୧୨ କେଜି ଗଂଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ପୋଲିସ କହଛି । ଗିରଫ ବ୍ୟକ୍ତି ଉତ୍ତର ପ୍ରଦେଶର ନିଜାମୁଦିନ ଏବଂ ନନ୍ଦପୁର ଥାନା ଅନ୍ତର୍ଗତ ପାଙ୍ଗିପୁଟ ଗ୍ରାମର ବାସୁଦେବ ବୈରାଗୀ ବୋଲି ଜଣା ପଡ଼ିଛି । ଏହି ଗଞ୍ଜେଇ ଉତ୍ତର ପ୍ରଦେଶକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ କରା ଯାଉଥିବା ନେଇ ଡ଼୍ରାଇଭର ସ୍ୱୀକାର କରିଛି ।