ଅପରାଧ ରାଜ୍ୟ

ପାରିବାରିକ କଳହର କରୁଣ ପରିଣତି, ବାପାର ବେକ କାଟିଦେଲା ପୁଅ

ଫୁଲବାଣୀ ୦୩/୦୮: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡ଼ିମିରିଗୁଡା ପଂଚାୟତର ଗଡଡି ଗ୍ରାମରେ ବୁଧବାର ଦିନ ଅଭାବନୀୟ ଘଟଣା ଘଟିଛି । ପୁଅର ମରଣାନ୍ତକ ଆକ୍ରମଣରେ ବାପା ଗୁରୁତର ଆହତ ହୋଇ ପଡିଛନ୍ତି । ଗୁରୁତର ଅବସ୍ଥାରେ ବାପା ପାଲିନା ବିନ୍ଧାଣିଙ୍କୁ ପ୍ରଥମେ ପରିବାର ଲୋକେ ଫିରିଙ୍ଗିଆ ଡାକ୍ତରଖାନାରେ ଚିକିତ୍ସା ପାଈଁ ଭର୍ତ୍ତି କରିଥିଲେ ।

ତେଵେ ପାଲିନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଦର ମହକୁମା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ କଳହ ଯୋଗୁଁ ପୁଅ ନଟବର ଉତ୍ୟକ୍ତ ହୋଇ ବାପାର ବେକ କାଟି ଦେଇଥିଵା ଅଭିଯୋଗ ହେଇଛି । ଏ ନେଇ ବର୍ତମାନ ସୁଦ୍ଧା ଥାନାରେ ଏତଲା ଦିଆଯାଇନଥିବା ପୋଲିସ କହିଛି । ବାପା ପାଲିନାଙ୍କ ଅବସ୍ଥା ଉଦବେଗ ଜନକ ଥିବା ଜଣା ପଡ଼ିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।