ଅପରାଧ ରାଜ୍ୟ

ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା, ଜୁଲାଇ ମାସରେ ନେଇଗଲେ ୧ କୋଟି ୩୮ ଲକ୍ଷ

ଭୁବନେଶ୍ବର ୦୩।୦୮ : ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା । ଜୁଲାଇ ମାସରେ ନେଇଗଲେ ମୋଟ ୧ କୋଟି ୩୮ ଲକ୍ଷ ଟଙ୍କା । କିନ୍ତୁ ରିଫଣ୍ଡ ହୋଇଛି ମାତ୍ର ୧୧ ଲକ୍ଷ ୩୯ ହଜାର ଟଙ୍କା । ବାକି ବ୍ଲକ ହୋଇଛି ୧୯ ଲକ୍ଷ ୯୮ ହଜାର ଟଙ୍କା ।

ତେବେ ସାଇବର ଲୁଟ୍‌ରେ ଯାଉଛି କୋଟି କୋଟିରେ, କିନ୍ତୁ ଫେରୁଛି ମାତ୍ର ସମୁଦ୍ରକୁ ଶଙ୍ଖେ । ଚଳିତ ମାସରେ ସମୁଦାୟ ୩୬୮ଟି ଠକେଇ କଲ ଆସିଥିବା ବେଳେ ତା ମଧ୍ୟରୁ ୟୁପିଆଇ ଫ୍ରଡ଼ ଅଭିଯୋଗ ୧୪୮ଟି ଆସିଛି । ଏହା ସବୁଠୁ ଅଧିକ । ତା ପରେ କ୍ରେଡିଟ୍ ଓ ଡେବିଟ୍ କାର୍ଡ କଲ ନେଇ ୭୧ ଟି ଅଭିଯୋଗ ଆସିଛି । ଜୁଲାଇ ମାସରେ ୭ଟି ମାମଲା ରୁଜୁ ହୋଇଛି । ଜୁନ ମାସରେ ଲୁଟିଥିଲେ ୧ କୋଟି ୬ ଲକ୍ଷ ଟଙ୍କା । ଫେରି ପାଇଛନ୍ତି ୫ ଲକ୍ଷ ୩୬ ହଜାର । ବ୍ଲକ ହୋଇଥିଲା ୩ଲକ୍ଷ ୪୬ ହଜାର ଟଙ୍କା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।