ଅପରାଧ ରାଜ୍ୟ

ରାଜଧାନୀରେ ଲୁଟେରାଙ୍କ ଆତଙ୍କ, ଆକ୍ରମଣ କରି ଲୁଟିନେଲେ ନଗଦ ଟଙ୍କା ଓ ସୁନା ଚେନ୍

ଭୁବନେଶ୍ୱର ୦୨।୦୮: ରାଜଧାନୀରେ ପୁଣି ଆତଙ୍କ ଖେଳାଇଲେ ଲୁଟେରା । ଏଥର ଟାର୍ଗେଟରେ ରାକ୍ଷୀ ଦୋକାନୀ। ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ନଗଦ ୨୫ହଜାର ଟଙ୍କା ଏବଂ ସୁନା ଚେନ। ମରଣାନ୍ତକ ଆକ୍ରମଣ ଯୋଗୁ ସଙ୍କଟାପନ୍ନ ଅବସ୍ଥାରେ ରାଖୀ ବ୍ୟବସାୟୀ।

ଖବର ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରି ବିହାର ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ରାଖୀ ଦୋକାନୀ ବିକାଶ କୁମାର ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଦୋକାନ ବନ୍ଦ କରି ଘରକୁ ଫେରିବା ସମୟରେ ୨ଟି ପଲସର ବାଇକରେ ଚାରି ଜଣ ଦୁର୍ବୁତ୍ତ ପିଛା କରି ଡ଼ିଏଭି ସ୍କୁଲ ସମ୍ମୁଖରେ କରିଥିଲେ ଆକ୍ରମଣ। ବିକାଶଙ୍କୁ ଲହୁଲୁହାଣ କରି ଲୁଟିନେଲେ ଟଙ୍କା ଏବଂ ସୁନା ଚେନ। ଘଟଣାର ସମସ୍ତ ସିସିଟିଭି ଫୁଟେଜ ପୁଲିସର ହସ୍ତଗତ ହୋଇଥିବା ଅପରଧୀଙ୍କୁ ଧରିବା ପାଇଁ ପୁଲିସର ତନାଘନା। ସେପଟେ ଏହିପରି ଘଟଣା ପରେ ରାଖୀ ଦୋକାନୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।