ଖେଳ ଦେଶ ବିଦେଶ

ଟିମ୍ ଇଣ୍ଡିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଲେ ୬.୩ ଫୁଟ୍ ବୋଲର, ଇଣ୍ଡିଜ ପାଇଁ ରଚିଲେ ଇତିହାସ

ନୂଆଦିଲ୍ଲୀ ୦୨/୦୮: ଓ୍ୱେଷ୍ଟ ଇଣ୍ଡିଜ ନିଜ ମାଟିରେ ଭାରତକୁ ଦ୍ୱିତୀୟ ଟି୨୦ରେ ପରାସ୍ତ କରିଛି । କାରବିୟାନ ଟିମ୍ ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ ସ୍ତରକୁ ଆଣିଛି । ସିରିଜର ଦ୍ୱିତୀୟ ମ୍ୟାଚର ହିରୋ ଥିଲେ ଦ୍ରୁତ ବୋଲର ଓବେଡ୍ ମେକୟ ।

୬.୩ ଉଚ୍ଚତାର ଏହି ବୋଲର ବୋଲିଂରେ ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ସେ ୪ ଓଭର ବୋଲିଂ କରି ୧୭ ରନ୍ ଦେଇ ୬ ଓ୍ୱିକେଟ୍ ନେଇଥିଲେ । ଏହାସହ ସେ ଗୋଟିଏ ମେଡେନ୍ ଓଭର ମଧ୍ୟ ନେଇଥିଲେ । ଏପରି ଭାବେ ମେକୟ ଅନ୍ତର୍ଜାତୀୟ ଟି୨୦ରେ ସବୁଠୁ କମ୍ ରନ୍ ଦେଇ ଅଧିକ ଓ୍ୱିକେଟ୍ ନେଇଥିବା ପ୍ରଥମ ବୋଲର ହୋଇପାରିଛନ୍ତି ।

ଏପରି ଭାବେ ନେଲେ ଓ୍ୱିକେଟ୍

ମେକୟ ମ୍ୟାଚର ପ୍ରଥମ ଓଭର ପକାଇଥିଲେ । ପ୍ରଥମ ବଲରେ ସେ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ । ଏହାପରେ ତୁରନ୍ତ ସୂର୍ଯ୍ୟକୁମାର ଯାଦବ ତାଙ୍କ ଶିକାର ହୋଇଥିଲେ । ସୂର୍ଯ୍ୟ ୧୧ ରନ୍ କରି ଆଉଟ୍ ହୋଇଥିଲେ । ଦୁଇ ଓପନର ଆଉଟ୍ ହେଲା ପରେ ମିଡିଲ୍ ଅର୍ଡର ଓ ନିମ୍ନ ଅର୍ଡର ବି ଭୁଷୁଡି ପଡିଥିଲା ।

ମେକୟ ଲଗାତର ରବୀନ୍ଦ୍ର ଜାଡେଜା, ଦିନେଶ କାର୍ତ୍ତିକ, ରବୀନ୍ଦ୍ରଚନ୍ଦ୍ର ଅଶ୍ୱିନ ଓ ଭୁବନେଶ୍ୱର କୁମାରଙ୍କୁ ନିଜର ଶିକାର କରିଥିଲେ ।

ଚାଲିନଥିଲା କୌଣସି ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍

ମ୍ୟାଚରେ ଭାରତ ଟସ୍ ହାରି ୧୯.୪ ଓଭରରେ ୧୩୮ ରନରେ ଅଟକି ଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୩୧ ଓ ରବୀନ୍ଦ୍ର ଜାଡେଜା ୨୭ ରନ୍ କରିଥିଲେ । ଇଣ୍ଡିଜ ବୋଲର ମେକୟ ୪ ଓଭରରେ ୧୭ ରନ୍ ଦେଇ ୬ ଶିକାର କରିଥିଲେ । ଏହାର ଜବାବରେ ଇଣ୍ଡିଜ ୫ ଓ୍ୱିକେଟ୍ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା । ଓପନର ବ୍ରେଣ୍ଡନ୍ କିଙ୍ଗ ସର୍ବାଧିକ ୬୮ ରନ୍ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ