ଅପରାଧ ରାଜ୍ୟ

ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ, ନିଶାଶକ୍ତ ଅବସ୍ଥାରେ ନିଜ ଘର ସହ ସ୍କୁଟି ଜାଳିଦେଲେ ଯୁବକ

ପାଟଣା ୨।୮: ମଦନିଶାରେ ନିଜ ହାତରେ ନିଜ ଘର ଜାଳିଦେଲେ ଯୁବକ । ଘର ଜଳି ଛାରଖାର ହୋଇଯିବା ସହ ଗୋଟିଏ ସ୍କୁଟି ମଧ୍ୟ ଜଳିଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ପଞ୍ଚାୟତର ନୂଆଗାଁରେ ।

ସୂଚନାଯୋଗ୍ୟ ଯେ, ଗାଁର ପୁରନ୍ଦର ନାଏକ ନାମକ ବ୍ୟକ୍ତି ନିଶାସକ୍ତ ହୋଇ ନିଜେ ବ୍ୟବହାର କରୁଥିବା ସ୍କୁଟି ସହିତ ଘରେ ନିଆଁ ଲଗାଇ ଜାଳିପୋଡି ପାଉଁଶ କରିଦେଇଛନ୍ତି । ପୁରନ୍ଦର ସବୁଦିନ ସନ୍ଧ୍ୟାରେ ମଦ ପିଇ ଘରକୁ ଫେରି ଘର ଲୋକଙ୍କ ସହିତ ଝଗଡ଼ା କରିବା ସହ ଘର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବାରୁ ତାଙ୍କ ପରିବାର ଲୋକ ପାଖ ଘରେ ଶୋଉଥିଲେ । ନିଆଁ ଲାଗିବା ସମୟରେ ଘରେ କେହି ନଥିବାରୁ ପରିବାର ଲୋକେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ନିଆଁ ଲାଗି ଘରର ସମସ୍ତ ଆସବାବପତ୍ର ସହିତ ବାକ୍ସରେ ଥିବା ଟଙ୍କା, ଚାଉଳ ଆଦି ଜିନିଷ ପୋଡି ପାଉଁଶ ହୋଇଯାଇଥିଲା । ଏହି ସାହିରେ ବହୁ ମାତ୍ରାରେ ଚୋରା ମହୁଲି ମଦ ବିକ୍ରି ହେଉଥିବା କାରଣରୁ ମଦ୍ୟପାନ କରି ଅନେକ ସମୟରେ ଏଭଳି ଅଭାବନୀୟ ଘଟଣା ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।