ଅପରାଧ ରାଜ୍ୟ

ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନାଁରେ ଏତଲା ଦେଲେ ଜିଲ୍ଲା ପରିଷଦ ସଭ୍ୟ, ଅଭିଯୋଗକୁ କଲେ ଖଣ୍ଡନ

ନବରଙ୍ଗପୁର ୩୦।୭: ଜିଲ୍ଲା ପରିଷଦ ସଭ୍ୟଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୁର୍ବ୍ୟବହାର ଅଭିଯୋଗ । ଅଭିଯୋଗ ନେଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହେଲେ ଜିଲ୍ଲା ପରିଷଦ ସଭ୍ୟ । ନବରଙ୍ଗପୁର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁଙ୍କ ବିରୋଧରେ ଏତଲା ଦେଲେ ନନ୍ଦାହାଣ୍ଡି ବ୍ଲକ ଜୋନ୍ ୧ର ସ୍ବାଧୀନ ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା । କିଛି କାର୍ଯ୍ୟ ନେଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଯାଇ ବ୍ୟକ୍ତିଗତ ଭାବେ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ।

ଆଲୋଚନା କରିବା ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ହଠାତ ଉତକ୍ଷିପ୍ତ ହେବା ସହ ବ୍ୟକ୍ତିଗତ ଆକ୍ଷେପ କରି ଅସଭ୍ୟ ଭାବେ ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇ ଚାମ୍ବର ଭିତରୁ ଧକ୍କା ଦେଇ ବାହାର କରିଦେବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଜିଲ୍ଲା ପରିଷଦ ସଭ୍ୟ । ଏନେଇ ନବରଙ୍ଗପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟ ଦାନ ସୁନା । ଏହାସହ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅପରପକ୍ଷରେ ଜିଲ୍ଲା ପରିଷଦଙ୍କ ସମସ୍ତ ଅଭିଯୋଗ ଭିତ୍ତିହୀନ ସୁପରିକଳ୍ପିତ କହି ଖଣ୍ଡନ କରିବା ସହ ଓଲଟି ଜିଲ୍ଲା ପରିଷଦ ସଭ୍ୟ ତାଙ୍କୁ ମୁର୍ଖ, ଟାଉଟର ବୋଲି ଗାଳି କରିବା ସହିତ ଅଶିକ୍ଷିତ ବୋଲି ଆକ୍ଷେପ କରିଥିବା ଅଭିଯୋଗ କରିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ । ଏନେଇ ସେ ଥାନାରେ ଜିଲ୍ଲା ପରିଷଦ ସଭ୍ୟଙ୍କ ବିରୋଧରେ ମାମଲା ଦାୟର କରିବେ ବୋଲି ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।