ଅପରାଧ ରାଜ୍ୟ

ଅଟୋ ଡ୍ରାଇଭରଙ୍କ ଉନ୍ମତ୍ତକାଣ୍ଡ, ବିଚ୍ ରାସ୍ତାରେ ହାଇୱା ‌ହେଲପରଙ୍କୁ ନିସ୍ତୁକ ମାଡ

ପୁରୀ ୩୦।୭: ଅଟୋ ଡ୍ରାଇଭରଙ୍କ ଉନ୍ମତ୍ତକାଣ୍ଡ । ବିଚ୍ ରାସ୍ତାରେ ହାଇୱା ‌ହେଲପରଙ୍କୁ ମାଡ । ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶୁକଳର ଅନିଆ ବିଶ୍ବାଳ ନାମକ ଜଣେ ଅଟୋ ଚାଳକ ପଡୋଶୀ ଗ୍ରାମ ଭଣ୍ଡାରିଦଣ୍ଡାର ହାଇୱା ହେଲପର ଅମର ପରିଡାଙ୍କୁ ଅତି ନୃଶଂସ ଭାବେ ମାଡ ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବେଲ୍ଟରେ ପିଟି ପିଟି ଅମରଙ୍କୁ ରକ୍ତାକ୍ତ କରିଛି ଅନିଆ । ଖବର ପାଇ ସତ୍ୟବାଦୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଛି ‌।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ଶୁକଳ ଛକରେ ଜଳଖିଆ ଦୋକାନ ଭିତରୁ ବାହାରୁଥିଲା ଅମର। ଦୋକାନ ସମ୍ମୁଖରେ ଅନିଆ ଅଟୋ ରଖିଥିବା ବେଳେ ଅଟୋକୁ ସାଇଡ୍ କରିବା ପାଇଁ ଅମର କହିବାରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଏହାପରେ ଅନିଆ ନିଜ ବେଲ୍ଟରେ ଅମରକୁ ପିଟି ପିଟି ଲହୁଲୁହାଣ କରିଥିଲା । ତେବେ ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବାରୁ ପୋଲିସ ଉଭୟଙ୍କୁ ଥାନାରେ ଅଟକ ରଖିଥିବା ସତ୍ୟବାଦୀ ଥାନା ପୋଲିସ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।