ସାନଖେମୁଣ୍ଡି ୩୦।୦୭ : ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ଅଟୋ । ଦୁର୍ଘଟଣାରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଜରଡା ଥାନା ଦେଉଳିଆ ଗାଁ ନିକଟରେ ଘଟିଛି ଦୁର୍ଘଟଣା।
ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଦପୁର ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ନିକଟସ୍ଥ ନୂଆ ପେଣ୍ଠ ଗ୍ରାମରୁ ସ୍କୁଲ ପିଲା ମାନେ ଯାଉଥିଲେ । ବାଇକ ସହ ମୁହାଁମୁହିଁ ଧକ୍କା ହେବା ପରେ ରାସ୍ତା କଡ଼କୁ ଓଲଟି ପଡିଥିଲା ଅଟୋ। ଏଥିରେ ବାଇକ ଚାଳକ ଓ ୮ ଜଣ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜଣେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି ।