ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଗାଁକୁ ନଥିଲା ଭଲ ରାସ୍ତା, ଖଟିଆରେ ବୁହାହେଲେ ଗର୍ଭବତୀ

ସମ୍ବଲପୁର ୨୯।୦୭ : ଖଟିଆରେ ବୁହା ହେଲେ ଗର୍ଭବତୀ । ସମ୍ବଲପୁର ଜିଲ୍ଲା କେସାପାଲି ପଞ୍ଚାୟତ ମିର୍ଦ୍ଧାପଡ଼ାରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ପ୍ରାୟ ଦେଢ କିଲୋମିଟର ଖଟିଆରେ ବୁହା ହୋଇଛନ୍ତି ଗର୍ଭବତୀ ।

ଖବର ଅନୁଯାୟୀ, କୋଲଗାଁ ମିର୍ଦ୍ଧାପଡ଼ାରେ ରହୁଥିବା ଅନିତା ମିଦ୍ଧା ୮ ମାସର ଗର୍ଭବତୀ ଥିବାବେଳେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହୋଇପଡିଥିଲା । ମହିଳାଙ୍କ ଚିକିତ୍ସା ପାଇଁ ମେଡିକାଲ ନେବାକୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ପରିବାର ଲୋକେ । ମିର୍ଦ୍ଧାପଡାକୁ ଯିବାକୁ ରାସ୍ତା ନଥିବାରୁ ଦେଢ କିଲୋମିଟର ଦୁରରେ ଆମ୍ବୁଲାନ୍ସଟି ରହିଯାଇଥିଲା । ପରିବାର ଲୋକେ ଅନ୍ୟ ଉପାୟ ନପାଇ ପାଖାପାଖି ଦେଢ଼ କିଲୋମିଟର ପର୍ଯ୍ଯନ୍ତ ୮ ମାସର ଗର୍ଭବତୀଙ୍କୁ ଖଟିଆରେ ବୋହି ବୋହି ନେଇଥିଲେ । ମହିଳାଙ୍କୁ ମେଡିକାଲ ପହଞ୍ଚାଇବାରେ ବିଳମ୍ବ ହେବାରୁ ଗର୍ଭବତୀଙ୍କ ମୄତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କେସାପାଲି ପଞ୍ଚାୟତର କୋଲଗାଁ ମିର୍ଦ୍ଧାପଡ଼ାକୁ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରୁଥିବା ବେଳେ ରାସ୍ତା ନିର୍ମାଣ ହୋଇପାରୁନାହିଁ । ଫଳରେ ଲୋକେ ହଇରାଣ ହେଉଛନ୍ତି । ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।dr

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।