ଖେଳ ଦେଶ ବିଦେଶ

ରାଜ୍ୟଗୋଷ୍ଠୀ କ୍ରୀଡା ଉଦଘାଟିତ, ଉତ୍ସବରେ ୨୦୦୦ରୁ ଅଧିକ କଳାକାର ସାମିଲ

ବର୍ମିଂହାମ,୨୯/୦୭: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଖି ଝଲସିଗଲା ଭଳି ଆତସବାଜିରେ ଆରମ୍ଭ ହୋଇଛି ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ବର୍ମିଂହାମର ଆଲେକଜାଣ୍ଡର ଷ୍ଟାଡିୟମରେ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ୨୦୦୦ରୁ ଊଦ୍ଧ୍ୱର୍ କଳାକାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଇଂଲଣ୍ଡର କଳା, ସଂସ୍କୃତି, ନୃତ୍ୟ ଓ ଗୀତର ଛାପ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା । ୨୦୧୨ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ଠାରୁ ଏହା ଅଧିକ ଚିତାକର୍ଷକ ରହିଥିଲା ।

୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏଥର ମୋଟ୍‌ ୭୨ଟି ଦେଶରୁ ୫,୦୫୪ କ୍ରୀଡ଼ାବିତ ସାମିଲ ହୋଇଛନ୍ତି । ୨୦ଟି କ୍ରୀଡ଼ାର ମୋଟ୍‌ ୨୮୦ଟି ଇଭେଣ୍ଟରେ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ । ଏହି ସଂସ୍କରଣରେ ପ୍ରଥମ ଥର ମହିଳା ଟି-ଟ୍ୱେଣ୍ଟି କ୍ରିକେଟ୍‌କୁ ସାମିଲ କରାଯାଇଛି । ୧ ୯ ୩ ୦ ରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହୋଇଥିଲା । ୧୯୩୪ରୁ ଭାରତ କ୍ରୀଡ଼ାରେ ଭାଗ ନେଇ ଆସୁଥିଲେ ବି ୧୯୫୦, ୧୯୬୨ ଓ ୧୯୮୬ କ୍ରୀଡ଼ାରୁ ଓହରି ଯାଇଥିଲା । ବର୍ମିଂହାମ କ୍ରୀଡ଼ାରେ ୨୧୫ ଜଣିଆ ଭାରତୀୟ ଦଳ ଭାଗ ନେଇଛି । ଏଥିରେ ୧୧୧ ପୁରୁଷ ଓ ୧୦୪ ମହିଳା କ୍ରୀଡ଼ାବିତ ସାମିଲ ରହିଛନ୍ତି । ଗତ ୨୦୧୮ ସଂସ୍କରଣରେ ଭାରତ ୨୬ଟି ସ୍ୱର୍ଣ୍ଣ ପଦକ ସହ ମୋଟ୍‌ ୬୬ଟି ପଦକ ଜିତିଥିଲା ।

କୋଭିଡ୍‌ର ପ୍ରଭାବ ସତ୍ତେ୍ୱ କ୍ରୀଡ଼ାକୁ ସୁରୁଖୁରୁରେ ଆୟୋଜନ କରିବା ନେଇ ଆୟୋଜକଙ୍କ ପକ୍ଷରୁ ସମସ୍ତ ସୁବିଧା କରାଯାଇଛି । ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ୩୦୦୦ରୁ ଊଦ୍ଧ୍ୱର୍ ସୁରକ୍ଷା କର୍ମୀ କ୍ରୀଡ଼ା ପାଇଁ ନିୟୋଜିତ ହୋଇଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ରାଣୀ ଏଲିଜାବେଥ୍‌ ୨ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ସ୍ୱାସ୍ଥ୍ୟଗତ କାରଣରୁ ସେ ଯୋଗ ଦେବେ ନାହିଁ ବୋଲି ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା । କ୍ରୀଡ଼ା ଉଦ୍‌ଘାଟନ ହେବା ପରେ ୨୯ ତାରିଖରୁ ପଦକ ଇଭେଣ୍ଟ ଆରମ୍ଭ ହେବ । ଅଗଷ୍ଟ ୮ ତାରିଖରେ କ୍ରୀଡ଼ା ଉଦ୍‌ଯାପିତ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ