ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବେଆଇନ ମାଙ୍କଡା ପଥର ଖଣିରେ ଚଢାଉ, ପ୍ରୋକଲିନ୍ ଓ ହାଇଓ୍ବା ଜବତ ସହ ୭ ଜଣ ଗିରଫ

ଟାଙ୍ଗୀ ୨୯।୭: ବେଆଇନ ମାଙ୍କଡା ପଥର ଖଣି ଉପରେ ଟାଙ୍ଗୀ ପୋଲିସର ନାଇଟ୍ ଅପରେସନ୍ । ଗୋଟିଏ ପ୍ରୋକଲିନ୍ ସହିତ ୬ଟି ହାଇଓ୍ବା ଜବତ ହୋଇଛି । ଗାଡି ଜବତ କରିବା ସହିତ ୭ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ ।

ସୂଚନାଯୋଗ୍ୟ ଯେ, ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ବର ଛକ ନିକଟରେ ଅଧ ରାତିରେ ପଥର ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର ମାଙ୍କଡା ପଥର ସାଙ୍ଗକୁ ମୋରମ ଚୋରି କରି ନେଉଥିବା ଖବର ମିଳିଥିଲା । ପରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶରେ ଟାଙ୍ଗୀ ଥାନା ନିରୀକ୍ଷକ ଦିଗବିଜୟ ବିଶ୍ବାଳଙ୍କ ନେତୃତ୍ବରେ ଗଠିତ ଟିମ୍ ନାଇଟ୍ ଅପରେସନ୍ କରି ଏହି ଧରପଗଡ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ପୋଲିସର ଏଭଳି ଡେ-ଆଣ୍ଡ୍-ନାଇଟ୍ ଅପରେସନ୍ ଯୋଗୁଁ ପଥର ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।