ଖେଳ ଦେଶ ବିଦେଶ

ବିଶାଳ ଛକା ମାରିଲେ ଶୁଭମନ ଗିଲ୍, ଷ୍ଟାଡିୟମ ବାହାରେ ପଡିଲା ବଲ୍

ନୂଆଦିଲ୍ଲୀ, ୨୮|୦୭: ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ବୁଧବାର ସିରିଜର ତୃତୀୟ ଦିନିକିଆ ଖେଳାଯାଇଥିଲା । ଯେଉଁଥିରେ ଭାରତ ବିଜୟୀ ହେବା ସହ ସିରିଜକୁ ମଧ୍ୟ ମୂଳପୋଛ କରିଛି । ମ୍ୟାଚର ହିରୋ ଥିଲେ ଶୁଊମନ ଗିଲ୍ । ସେ ଦମଦାର୍ 98 ରନ୍ କରିଥିଲେ । ତେବେ ଶୁଭମନ ଗିଲ୍ ଏପରି ଏକ ସଟ୍ ଖେଳିଥିଲେ ଯାହା ସବୁଠୁ ସ୍ୱତନ୍ତ୍ର ଥିଲା । ସେ ମାରିଥିବା ଏକ ଛକାରେ ବଲ୍ ଷ୍ଟାଡିୟମର ବାହାରକୁ ଚାଲିଯାଇଥିଲା । ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି ।

ଭାରତୀୟ ଇନିଂସର ୧୫ ତମ ଓଭରରେ ବୋଲିଂ କରୁଥିଲେ ଇଣ୍ଡିଜ ବୋଲର ହେଡେନ୍ ଓ୍ୱାଲ୍ସ । ଆଉ କ୍ରିଜରେ ଥିଲେ ଶୁଭମନ ଗିଲ୍ । ଓଭରର ଦ୍ୱିତୀୟ ବଲରେ ଶୁଭମନ ଆଗକୁ ବଢି ଲଗ୍ ଅନରେ ଏକ ସଟ୍ ଖେଳିଥିଲେ ।

ଏହି ବଲ ଏତେ ଉଚ୍ଚା ଓ ଦୂରକୁ ଯାଇଥିଲା ଯେ ସମସ୍ତେ ଚକିତ ହୋଇଯାଇଥିଲେ । ଶୁଭମନ ୧୦୪ ମିଟରର ଲମ୍ବା ଛକା ମାରିଥିଲେ । ଏହା ଷ୍ଟାଡିୟମ ଛାତ ଉପରେ ପଡି ବାହାରକୁ ଚାଲିଯାଇଥିଲା । ଏହାପରେ ଅମ୍ପାୟାରଙ୍କୁ ନୂଆ ବଲ୍ ଆଣିବାକୁ ପଡିଥିଲା ।

ସୂଚନାଯୋଗ୍ୟ, ମୁକାବିଲାରେ ଶୁଭମନ ଓ ଶିଖର ଧାଓ୍ୱନ ଓପନିଂ ସମ୍ଭାଳିଥିଲେ । ବର୍ଷା ବାଧାପ୍ରାପ୍ତ ମୁକାବିଲା ୩୬ ଓଭରର ଖେଳାଯାଇଥିଲା । ଯେଉଁଥିରେ ଭାରତ ବିଜୟୀ ହେବା ସହ ସିରିଜକୁ କ୍ଲିନସ୍ୱିପ୍ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ