ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାଜସ୍ଥାନ ହନୁମାନଗଡରେ ସାମ୍ପ୍ରଦାୟିକ ଉତ୍ତେଜନା : ଲାଗିଲା କର୍ଫ୍ୟୁ, ଇଣ୍ଟରନେଟ୍ ବନ୍ଦ

ନୂଆଦିଲ୍ଲୀ,୨୮/୦୭: ରାଜସ୍ଥାନର ହନୁମାନଗଡରେ ଗୋହତ୍ୟା ଓ ଗୋମାଂସ ଭୋଜି ନେଇ ସାମ୍ପ୍ରଦିୟାକ ଦଙ୍ଗା ସୃଷ୍ଟି ହୋଇଛି । ଏହାପରେ ପ୍ରଶାସନ ପକ୍ଷରୁ ଗାଁରେ କର୍ଫ୍ୟୁ ଲଗାଇ ଦିଆଯାଇଛି । ଏହାସହ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଇଛି ।

ସୂଚନାନୁସାରେ, ହନୁମାନଗଡର ଚିଡିଆ ଗାନ୍ଧୀରେ ଇଦକୁ ନେଇ ଗୋମାଂସ ଭୋଜି ମାମଲା ସାମ୍ନାକୁ ଆସିଥିଲା । ପ୍ରଥମେ ପ୍ରଶାସନ ଗାଁରେ ଗୋହତ୍ୟା ହୋଇନଥିବା କହିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରୁ ମିଳିଥିବା ମାଂସ ନମୂନାକୁ ପରୀକ୍ଷଣ ପାଇଁ ପଠାଇଥିଲା । ଯେଉଁଥିରେ ଏହା ଗୋମାଂସ ବୋଲି ଜଣାପଡିଥିଲା ।

ନମୂନାର ରିପୋର୍ଟ ଆସିଲା ପରେ ଲୋକେ ଗିରଫଦାରୀ ଦାବି କରି ବିରୋଧ ପ୍ରଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଦର୍ଶକାରୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଯାହା ପରେ ସାମ୍ପ୍ରଦାୟିକ ଉତ୍ତେଜନା ବଢିଥିଲା । ଫଳରେ ପୋଲିସ ତୁରନ୍ତ କର୍ଫ୍ୟୁ ଲାଗୁ କରିଥିଲା । ଏହାସହ ଇଣ୍ଟରନେଟ ମଧ୍ୟ ବନ୍ଦ କରାଯାଇଛି । ଆଗାମୀ ନିର୍ଦ୍ଦେଶ ଯାଏଁ ଗାଁରେକର୍ଫ୍ୟୁ ବଳବତ୍ତର ରହିବ ।

ପୋଲିସର କହିବାନୁସାରେ, ମାମଲାରେ ଚାରି ଅଭିଯୁକ୍ତ ଫାରୁଖ, ଅନଓ୍ୱର, ଅମୀନ ଖାନ ଓ ସିକନ୍ଦର ଖାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ଗୋହତ୍ୟା ନେଇ ଅଭିଯୋଗ ଲାଗିଛି ।

ସୂଚନଯୋଗ୍ୟ, ରାଜସ୍ଥାନରେ ଲଗାତର ଭାବେ ସାମ୍ପ୍ରଦାୟିକ ଦଙ୍ଗା ବଢିବାରେ ଲାଗିଛି । ଏହାପୂର୍ବରୁ ଭୀଲଓ୍ୱାଡାରେ ଯୁବକଙ୍କ ହତ୍ୟା ପରେ ଦଙ୍ଗା ହୋଇଥିଲା । ନିକଟରେ ହନୁମାନଗଡରେ ବିଶ୍ୱହିନ୍ଦୁ ପରିଷଦ ନେତାଙ୍କୁ ଆକ୍ରମଣ ପରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ