ଖେଳ ଦେଶ ବିଦେଶ

ICC ରାଙ୍କିଂରେ ପାକିସ୍ତାନ କ୍ୟାପ୍ଟେନଙ୍କ ସଫଳତା: ଟେଷ୍ଟରେ ନମ୍ବର ୩ରେ ବାବର ଆଜମ

ମୁମ୍ବାଇ: ICC ରାଙ୍କିଂରେ ପାକିସ୍ତାନୀ କ୍ରିକେଟର ବାବର ଆଜମଙ୍କର କମାଲ। କ୍ରିକେଟର ତିନୋଟି ଯାକ ଫର୍ମାଟ୍‌ରେ ଟପ୍‌ ୩ ଭିତରେ ରହିଚି ତାଙ୍କ ନାଁ। ବିଶ୍ୱ କ୍ରିକେଟର ସେ ଜଣିଏ ମାତ୍ର ବ୍ୟାଟର ଭାବେ ତିନୋଟିଯାକ ଫର୍ମାଟ୍‌ର ଟପ୍ ୩ ଭିତରେ ରହିଛନ୍ତି ବାବର। ପୂର୍ବରୁ ଟି-୨୦ ଓ ଦିନିକିଆରେ ସେ ୧ ନମ୍ବର ସ୍ଥାନରେ ଥିବା ବେଳେ ଆଜି ଟେଷ୍ଟରେ ମଧ୍ୟ ୩ ନମ୍ବର ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବୁଧବାର ଜୁଲାଇ ୨୭ ତାରିଖ ICC ନୂଆ ତାଲିକା ଜାରି କରିଛି। ଟେଷ୍ଟ କ୍ରିକେଟ୍‌ରେ ବାବର ତାଙ୍କ ଜୀବନରେ ସବୁଠାରୁ ଭଲ ପଏଣ୍ଟ ୮୪୭ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ତାଙ୍କର ଉନ୍ନତ ପ୍ରଦର୍ଶନ ଯୋଗୁ ICC ଟେଷ୍ଟ ରାଙ୍କିଂରେ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ଷ୍ଟିଭ୍ ସ୍ମିଥ୍‌ଙ୍କୁ ପଛରେ ପକାଇ ବାବର ୩ ନମ୍ବର ସ୍ଥାନକୁ ଉଠିଛନ୍ତି।

ICC ଟେଷ୍ଟ ରାଙ୍କିଂରେ ଇଂଲଣ୍ଡର ଜୋ ରୁଟ ୯୨୩ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ମାରନୁସ ଲାବୁସଚେଞ୍ଜ ୮୮୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବାବାର ଲାଗତର ତାଙ୍କ ବ୍ୟାଟିଂରେ ଭଲ ପ୍ରଦର୍ଶନ କରୁଛନ୍ତି। ତିନୋଟିଯାକ ଫର୍ମାଟ୍‌ରେ ସେ କେମିତି ନମ୍ବର ୱାନ୍‌ରେ ରହିବେ ତାହା ହିଁ ତାଙ୍କ ଲକ୍ଷ୍ୟ ବୋଲି ବାବର କହିଛନ୍ତି।

ବର୍ତ୍ତମାନ ସମୟରେ ICC ରାଙ୍କିଂରେ କୌଣସି ଭାରତୀୟ ବ୍ୟାଟରଙ୍କର ସେତେଟା ପ୍ରଭାବ ନାହିଁ। ମାତ୍ର ଦୁଇଜଣ ବ୍ୟାଟର ଭାବେ ଋଷବ ପନ୍ତ ଓ ରୋହିତ ଶର୍ମା ଟେଷ୍ଟ ରାଙ୍କିଂରେ ଟପ୍‌ ୧୦ ଭିତରେ ରହିଛନ୍ତି। ଏହି ତାଲିକାରେ ପନ୍ତ ୫ ନମ୍ବର ସ୍ଥାନରେ ଥିବା ବେଳେ ରୋହିତ ୯ ସ୍ଥାନରେ ଅଛନ୍ତି। ସବୁଠାରୁ ଖରାପ ଫର୍ମରେ ଯୁଝୁଥିବା ବିରାଟ କୋହଲି ଏହି ତାଲିକାରେ ୧୨ ନମ୍ବର ସ୍ଥାନରେ ରହିଛନ୍ତି।

ସେହିପରି ଟେଷ୍ଟ ବୋଲିଂରେ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ଜସ୍‌ପ୍ରୀତ ବୁମ୍ରାଙ୍କୁ ପଛରେ ପକାଇ ୨ ନମ୍ବର ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗାଲେରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଆଫ୍ରିଦି ୪ ୱିକେଟ୍ ନେବା ପରେ ତାଙ୍କ ରାଙ୍କିଂରେ ସୁଧାର ଆସିଛି।

ICC ବ୍ୟାଟିଂ ରାଙ୍କ(ଜୁଲାଇ ୨୭)

୧. ଜୋ ରୁଟ(୯୨୩ ପଏଣ୍ଟ)

୨. ମାର୍ନୁସ ଲାବୁସଚେଞ୍ଜ(୮୮୫ ପଏଣ୍ଟ)

୩. ବାବାର ଆଜମ(୮୭୪ ପଏଣ୍ଟ)
୪. ଷ୍ଟିଭ୍ ସ୍ମିଥ୍(୮୪୮ ପଏଣ୍ଟ)
୫. ଋଷବ ପନ୍ତ(୮୦୧ ପଏଣ୍ଟ)

ICC ବୋଲିଂ ରାଙ୍କିଂ

୧. ପ୍ୟାଟ୍ କମିନ୍ସ(୮୯୧ )

୨. ଆର୍ ଅଶ୍ୱାନୀ (୮୪୨)
୩ ଶାହୀନ ଆଫ୍ରିଦି(୮୩୬)

୪ ଜସ୍‌ପ୍ରୀତ ବୁର୍ମା(୮୨୮)

୫ କାଗିସ ରାବାଡ଼ା(୮୧୮)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ