ଅପରାଧ ରାଜ୍ୟ

ଗୁରୁ ନାଁରେ କଳଙ୍କ, ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ୍ ଗଲେ ଶିକ୍ଷକ

ଟାଙ୍ଗୀ ୨୭/୦୭: ଗୁରୁ ପବିତ୍ର ଶବ୍ଦ । ହେଲେ ଏହି ଶବ୍ଦ ଏବେ ହୋଇପଡିଛି ଅପବିତ୍ର । ଶିକ୍ଷା ଦେବତାଙ୍କ ନାଁ ଲାଗିଛି କଳଙ୍କ । ଏହି ଶିକ୍ଷକ ଜଣକ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀଙ୍କୁ ଶିକ୍ଷା ଦେବା ବଦଳରେ କିଭଳି ଯୌନ ଶୋଷଣ କରୁଥିଲେ ତାହାର ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି । ଅଭିଯୁକ୍ତ ଶିକ୍ଷକ ଜଣକ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅଧିନସ୍ଥ ନନ୍ଦିଘର ଗ୍ରାମର ରାଜେଶ ବେହେରା ।

ରାଜେଶ ଏବେ ନୟାଗଡ଼ ଜିଲ୍ଲାର ଓଡଗାଁ ଗ୍ରାମରେ ଥିବା ସରକାରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକତା କରୁଛନ୍ତି । ରାଜେଶ ଆଜକୁ ଦେଢବର୍ଷ ପୂର୍ବେ ଟ୍ୟୁସନ କରିବା ସମୟରେ ଏକାଧିକ ଛାତ୍ରୀ ମାନଙ୍କୁ ଯୌନ ଶୋଷଣ କରୁଥିଲେ । ସେ-ସବୁକୁ ନିଜ ମୋବାଇଲରେ ଫଟୋସୁଟ୍ କରି ରଖୁଥିଲେ ।

ଏକଥା ନାବାଳିକା ଛାତ୍ରୀମାନେ ଭୟଭ୍ରାନ୍ତି ଯୋଗୁଁ ପରିପ୍ରକାଶ କରିନଥିଲେ । ଏତିକିରେ ରାଜେଶର ମନ ବୁଝିନଥିଲା । ପରେ ପୁଣି ସେହି ଛାତ୍ରୀମାନଙ୍କୁ ପୁଣି ଯୌନକ୍ଷୁଧା ମେଣ୍ଟାଇବା ପାଇଁ ବ୍ଲାକ୍-ମେଲ୍ କରିବା ଆରମ୍ଭ କରିଥିଲେ । ଆଉ ଯେତେବେଳେ ଏହି ପିଡୀତାମାନେ ବଦମାସ ଶିକ୍ଷକ ରାଜେଶ କଥାରେ ଅମଙ୍ଗ ହୋଇଥିଲେ ।

ସେତେବେଳେ ରାଜେଶ ନିଜ ପାଖରେ ରଖିଥିବା ଛାତ୍ରୀମାନଙ୍କର ନଗ୍ନ ଫଟୋ ଏବଂ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ/ଭିଡିଓ ଭାଇରାଲ କରିଥିଲା । ଏଭଳି ଅଭିଯୋଗକୁ ଭିତ୍ତିକରି ରଣପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ତଥା ରସିକିଆ ମାଷ୍ଟର ରାଜେଶ ବେହେରାକୁ ପୋଲିସ ଗିରଫ କରିଛି.

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।