ଝାରସୁଗୁଡା ୨୭।୭: ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଝାରସୁଗୁଡା ଜିଲ୍ଲା ବେଲପାହାଡ ଜୁନାଡ଼ିହି ପୋଖରୀରେ ବୁଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି l ମୃତ ଯୁବକ ଜଣଙ୍କ ଜୁନାଡ଼ିହିର ସ୍ବର୍ଗତ ଅକ୍ରୁର ମାଝୀଙ୍କ ପୁଅ ୨୬ବର୍ଷ ବୟସ୍କ ବେଦବ୍ୟାସ ମାଝୀ ବୋଲି ଜଣାପଡିଛି l
ସୂଚନାଯୋଗ୍ୟ ଯେ, ବେଦବ୍ୟାସ ମଙ୍ଗଳବାର ସନ୍ଧ୍ୟାରେ ଶୌଚ ହେବା ପାଇଁ ଯାଉଛି କହି ଘରୁ ବାହାରି ଥିବାବେଳେ ଆଉ ଘରକୁ ଫେରି ନଥିଲେ l ପରିବାର ଲୋକେ ରାତିରେ ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ବେଦବ୍ୟାସ ମିଳିନଥିଲେ l ତେବେ ବୁଧବାର ସକାଳୁ ତାଙ୍କ ମୃତଦେହ ପୋଖରୀରେ ଦେଖି ସ୍ଥାନୀୟ ଲୋକେ ବେଲପାହାଡ ପୋଲିସକୁ ଖବର ଦେଇଥିଲେ l ଘଟଣାସ୍ଥଳରେ ବେଲପାହାଡ ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି l