ଅପରାଧ ରାଜ୍ୟ

ଧରାପଡିଲା ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତ, ପୋଲିସକୁ ଚକ୍‌ମା ଦେଇ ଖସିଯାଇଥିଲା

କୋରାପୁଟ ୨୭।୦୭ : ଧରାପଡ଼ିଲା କୋରାପୁଟ ସଦରଥାନାରୁ ଚମ୍ପଟ ମାରିବା ଅଭିଯୁକ୍ତ ପର୍ଶୁ ପରଜା। ନାବାଳକ ହତ୍ୟା ଅଭିଯୋଗରେ ଥାନାକୁ ଆଣିଥିଲା ସଦର ପୋଲିସ। ଗତ ସନ୍ଧ୍ୟାରେ ପଚରାଉଚରା ସମୟରେ କୌଶଳ କ୍ରମେ ପୋଲିସକୁ ଚଖମା ଦେଇ ଥାନାରୁ ଚମ୍ପଟ ମାରିଥିଲା ପର୍ଶୁ ପରଜା। ପୋଲିସକୁ ନାକେଦମ କରିଥିଲା।

ତେବେ ସଦରଥାନା ସହ ରିଜର୍ଭ ଫୋର୍ସ ଓ ଟାଉନ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ମଧ୍ୟରାତ୍ରିରେ ଥାନା ସମ୍ମୁଖ ଜଙ୍ଗଲରୁ ବାହାରୁଥିବା ସମୟରେ ମାଡ଼ି ବସିଲା ପୋଲିସ। ବର୍ଷାରେ ଭିଜି ଶୀତରେ ଥରୁଥିଲା ଅଭିଯୁକ୍ତ। ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନେଇ ସ୍ଵାସ୍ଥ୍ୟବସ୍ଥା ପରୀକ୍ଷା କରାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।