ପାଟଣାଗଡ଼ ୨୬।୦୭ : ସ୍କୁଲର ଉନ୍ନତି ପାଇଁ ସରକାର ଅନେତ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏଠି ସ୍କୁଲ ଭିତରେ ଲହଡି ମାରୁଛି ପାଣି । ପାଟଣାଗଡ଼ ବ୍ଲକ ଘସିଏନ୍ ଗାଁର ପ୍ରାଥମିକ ବିଦ୍ୟାଳୟରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ବିଦ୍ୟାଳୟ ପରିସରରେ ବର୍ଷା ପାଣି ଲହଡି ମାରୁଛି । ଯାହାଫଳରେ ସ୍କୁଲରେ ପାଠପଢା ଠପ ହୋଇଯାଇଛି । ଶ୍ରେଣୀ କୋଠରି ଭିତରେ ଆଣ୍ଠୁଏ ଲେଖାଏ ପାଣି ଜମା ହେବା ସହ ସ୍କୁଲ ପରିସର ଅପରିସ୍କାର ହେଉଛି ।
ଖବର ଅନୁଯାୟୀ, ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୬୭ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ଏପିରିକି ଗୋଟିଏ କୋଠରିରେ ପ୍ରଥମରୁ ତୃତୀୟ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ କୋଠରିରେ ୪ରୁ ୫ମ ଶ୍ରେଣୀ ପାଠ ପଢାଯାଉଛି । ବିଦ୍ୟାଳୟର ସମସ୍ୟାକୁ ନେଇ ଅଭିଭାବକ ମାନେ ରାଜନେତା ଠାରୁ ସରକାରୀ ବାବୁମାନଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଅଭିଯୋଗ ଆସୁଛି ।

