ଅପରାଧ ଦେଶ ବିଦେଶ

କାନାଡା ବ୍ରିଟିଶ କଲମ୍ବିଆରେ ଗୁଳିକାଣ୍ଡ : ୨ ପ୍ରବାସୀ ଭାରତୀୟ ମୃତ

ନୂଆଦିଲ୍ଲୀ ୨୬/୦୭: କାନାଡା ବ୍ରିଟିଶ୍ କଲମ୍ବିଆରେ ଫାୟାରିଂ । ଏଥିରେ ୨ ପ୍ରବାସୀ ଭାରତୀୟଙ୍କ ସହ ଆଉ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଉ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ମୃତକମାନେ ଘରଦ୍ବାର ବିହିନୀ ଥିଲେ ବୋଲି କୁହାଯାଉଛି ।

ପୋଲିସ ସେହି ଅଞ୍ଚଳକୁ ଜଗି ରହିଥିବା ବେଳେ ଲୋକଙ୍କୁ ଘରୁ ବାହାରିବାକୁ ମନା କରିଛି । ତେବେ କେଉଁ କାରଣ ପାଇଁ ଏହି ଫାଇରିଂ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଜଣଙ୍କୁ ଅଟକ ରଖାଯାଇଛି । ୧୦ ଦିନ ତଳେ ମଧ୍ୟ କାନଡାରେ ରିପୁଦମନ ସିଂ ମଲିକଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା ।

ପୋଲିସ ଜାରି କରିଛି ଆଲର୍ଟ

ପୋଲିସ ଆଲର୍ଟ ଜାରି କରି ଲୋକଙ୍କୁ ଆକ୍ରମଣସ୍ଥଳକୁ ଯିବାକୁ ବାରଣ କରିଛି । ସହରର ଜନବହୁଳ ଅଞ୍ଚଳ ଦେଇ ଯାଇଥିବା କିଛି ରାସ୍ତାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଏହାସହ ଘଟଣାରେ ଜଣେ ନା ଆଉ କାହାର ସଂପୃକ୍ତି ରହିଛି ସେନେଇ ତନାଘନା ଚାଲିଛି ।

ଆହୁରି ମଧ୍ୟ ପୋଲିସ ଓ ପ୍ରଶାସନ ଲୋକଙ୍କୁ ଜନଗହଳିପୂର୍ଣ୍ଣ ଅଞ୍ଚଳ ଯେପରିକି ପାର୍କ, ମଲ ଆଦିରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ