ଅପରାଧ ରାଜ୍ୟ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ

ବ୍ରହ୍ମପୁର ୨୬।୭: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ ଜଣଙ୍କ ନାଁରେ ମାମଲା । ବ୍ରହ୍ମପୁର ଗୋପାଳପୁର ମିଲିଟାରି ଇଂଜିନିୟରିଂ ସର୍ଭିସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ନାଁରେ ମାମଲା । କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଗୋପାଳପୁର ମିଲିଟାରି ଇଂଜିନିୟରିଂ ସର୍ଭିସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ବାପା ଏବଂ ଅନ୍ୟ ଜଣେ ବ୍ୟକ୍ତି ୯୫ ଲକ୍ଷ ୮୯ ହଜାର ଟଙ୍କା ନେଇ ଯାଉଥିବା ବେଳେ କୋଟା ରେଲୱେ ଷ୍ଟେସନରେ ଉଭୟଙ୍କୁ ଧରିଥିଲା GRP । ଅନୁସନ୍ଧାନରୁ ଜଣାପଡିଥିଲା ଯେ, ଏହି ଟଙ୍କା EE (MES) ଗୋପାଳପୁର ବନ୍ଦରର ବୋଲି । ନିଜ ଚାକିରୀ କାଳରେ ଅର୍ଥାତ ୨୦୧୨ ମାର୍ଚ୍ଚ ୨୦ରୁ ୨୦୨୨ ଫେବ୍ରୁଆରୀ ୧୭ ପର୍ଯ୍ୟନ୍ତ ଯନ୍ତ୍ରୀ ଜଣଙ୍କ ପାଖାପାଖି ୧ କୋଟି ୩୭ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଅସ୍ଥାବର ସମ୍ପତ୍ତି ଜମା କରିଛନ୍ତି । ଯାହାକି ତାଙ୍କ ଆୟରୁ ପ୍ରାୟ ୧୩୪.୨୭ ପ୍ରତିଶତ ଅଧିକ । ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ୩ଟି ସ୍ଥାନରେ ରେଡ୍ କରାଯାଇ ଅନେକ ଡକ୍ୟୁମେଣ୍ଟ ହାସଲ କରିଛି ସିବିଆଇ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।