ଅପରାଧ ରାଜ୍ୟ

ବ୍ରହ୍ମପୁରରେ ଅନର୍ କିଲିଂ ଉଦ୍ୟମ ! ଝିଅକୁ ବିଷ ଦେଇ ବାପା ଗିରଫ

ବ୍ରହ୍ମପୁର ୨୬।୭: ବ୍ରହ୍ମପୁରରେ ଅନର କିଲିଂ ଅଭିଯୋଗ । ଝିଅକୁ ବିଷ ଦେଇ ମାରିଦେବାକୁ ବାପା ଉଦ୍ୟମ କରିଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ଝିଅ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ରହ୍ମପୁର ପୋଲିସ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଦେଖାଦେଇଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଗାଁର ବାଲାଜୀ ପାତ୍ର ତାଙ୍କ ବଡ ଝିଅଙ୍କୁ ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଝିଅ ଜଣଙ୍କ ଦିବ୍ୟାଙ୍ଗ । ସେ ଅବିବାହିତ ଥିବାବେଳେ ଦୀର୍ଘ ୧୦ବର୍ଷ ହେଲା କେରଳରେ ସିଲେଇ କରି ଜୀବନ ନିର୍ବାହ କରୁଥିଲେ । ମଝିରେ ମଝିରେ ଗାଁକୁ ଆସନ୍ତି। ଗତ ୧୪ତାରିଖରେ ଝିଅ ଗାଁକୁ ଆସିଥିଲେ । ୧୯ ତାରିଖରେ ଘରେ କେହି ନଥିବା ବେଳେ ବାପା ବାଲାଜୀ ଉପର ଘରେ ଝିଅର ହାତ ବାନ୍ଧି ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ମା’ ପାର୍ବତୀ ପାତ୍ର କହିଛନ୍ତି । ଝିଅକୁ ଘରୁ ତଡିବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ କରିଥିବା ମା’ ପାର୍ବତୀ କହିଛନ୍ତି । ଝିଅ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା କୁହାଯାଉଛି । ଏ ଘଟଣାରେ ପୋଲିସ ବାଲାଜୀକୁ ଗିରଫ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।