ଅପରାଧ ରାଜ୍ୟ

ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ତିନି ଗିରଫ

ଭୁବନେଶ୍ବର ୨୬।୦୭ : ବାଇକ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ । ଖଣ୍ଡଗିରି ଥାନା ଅଞ୍ଚଳରୁ ଜବତ ହେଲା ୧୦ଟି ବାଇକ । ଏହାସହ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଗିରଫଙ୍କ ମଧ୍ୟରେ ଦୁଇଜଣ ପାଞ୍ଚ ଗାଁର ଓ ଜଣେ ଖୋର୍ଦ୍ଧାର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବିଭିନ୍ନ ସ୍ଥାନରେ ବାଇକ୍‌ ଚୋରି କରୁଥିଲେ ଏହି ଗ୍ୟାଙ୍ଗ । ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିବା ପରେ ଲଗାତର ଭାବେ ନଜର ରଖିଥିଲା । ଏହିକ୍ରମରେ ମଙ୍ଗଳବାର ଖଣ୍ଡଗିରି ଥାନା ଅଞ୍ଚଳରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ପୋଲିସକୁ ୧୦ଟି ବାଇକ୍‌ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଗିରଫଙ୍କ ମଧ୍ୟରେ ଦୁଇଜଣ ପାଞ୍ଚ ଗାଁର ଓ ଜଣେ ଲୁଟେରା ଖୋର୍ଦ୍ଧାର ବୋଲି ଜଣାପଡିଛି । ଚୋରି ବାଇକ୍‌ ଗୁଡିକ ଚନ୍ଦକା, ଖୋର୍ଦ୍ଧା ଓ ନୟାଗଡ଼ରେ ଅଞ୍ଚଳରେ ବିକ୍ରି କରୁଥିଲେ । ତିନି ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।