ଅପରାଧ ରାଜ୍ୟ

ସାଙ୍ଗ ସାଜିଲା ସୈତାନ, ସାମାନ୍ୟ ବଚସାରୁ ଠେଙ୍ଗା ମାଡ଼ରେ ଅନ୍ୟ ଜଣେ ସାଥୀ ମୃତ

ବ୍ରହ୍ମପୁର ୨୪।୦୭: ସାଙ୍ଗ ସାଜିଲା ସୈତାନ। ସାଙ୍ଗର ଠେଙ୍ଗା ମାଡ଼ରେ ଅନ୍ୟଜଣେ ସାଙ୍ଗ ମୃତ। ସାମାନ୍ୟ ବଚସାରୁ ସାଙ୍ଗର ଜୀବନ ନେଲା ନୃଶଂସ ବନ୍ଧୁ l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗଙ୍ଗାପୁର ରାସ୍ତାରେ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି l

ଖବର ଅନୁଯାୟୀ, ଶନିବାର ସନ୍ଧ୍ୟାରେ ବଡଆଗୁଳ ଗାଁର ଅମର ମଲ୍ଲିକ ତାଙ୍କ ସାଙ୍ଗ ମୂଷା କରଣଙ୍କ ଘର ଆଗରେ ବସି ମଦ୍ୟପାନ କରିଥିଲେ l ଏହାପରେ ଉଭୟ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା l ପରେ ଏହି ବଚସା ଉଗ୍ରରୂପ ନେଇଥିଲା । ମୂଷା କରଣ ଠେଙ୍ଗାରେ ଅମରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ l ଫଳରେ ଗାଁ ଦାଣ୍ଡରେ ଟଳିପଡିଥିଲେ ଅମର l ଗାଁ ଲୋକ ଓ ଅମରଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି କବିସୂର୍ଯ୍ୟନଗର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।