ଅପରାଧ ରାଜ୍ୟ

ମଙ୍ଗଳବାରଠୁ ଘରୁ ପଳାଇ ଆସିଥିଲେ ଦିଅର-ଭାଉଜ : ଜଙ୍ଗଲରୁ ମିଳିଲା ମୃତଦେହ, ହତ୍ୟା ସନ୍ଦେହ

ଉଦଳା ୨୩।୭: ଜଙ୍ଗଲ ଭିତରୁ ଦୁଇ ଜଣଙ୍କ ମୃତଦେହ ଠାବ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବାଘମୁଣ୍ଡା ଜଙ୍ଗଲରୁ ମୃତଦେହ ମିଳିଛି । ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବାଘମୁଣ୍ଡା ଜଙ୍ଗଲରୁ ଜଣେ ମହିଳା ଏବଂ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ଶନିବାର ସକାଳେ ସ୍ଥାନୀୟ ଲୋକ ପତ୍ର ତୋଳିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ମୃତଦେହ ଦେଖିବାକୁ ପାଇଥିଲେ । ମୃତଦେହ ଦେଖିବା ପରେ କପ୍ତିପଦା ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ ମହିଳା ଜଣଙ୍କ ବାଘମୁଣ୍ଡା ଗ୍ରାମର କାର୍ମି ବେସରା ଏବଂ ଯୁବକ ଜଣଙ୍କ ଘୁଁଟିବିଲ ଗ୍ରାମର ପୀତାମ୍ବର ବେସରା । ମୃତକ ଦୁଇ ଜଣ ସମ୍ପର୍କରେ ଭାଉଜ ଏବଂ ଦିଅର ହେବେ ବୋଲି ଜଣାପଡିଛି ।

ତେବେ ଗତ ମଙ୍ଗଳବାରରୁ ଉଭୟ ଘରୁ ବାହାରି ଆସିଥିବା ବେଳେ ତାଙ୍କ ମୃତଦେହ ଶନିବାର ଗୋଟିଏ ସ୍ଥାନରୁ ମିଳିଛି । ପାରିପାର୍ଶ୍ଵିକ ପରିସ୍ଥିତିରୁ ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।