ଅପରାଧ ରାଜ୍ୟ

ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ପିଟିଲେ ସହକାରୀ ଶିକ୍ଷକ : ପିଠି ଓ ଗୋଡରେ ଲାଗିଛି ଆଘାତ !

ବୌଦ୍ଧ ୨୩।୭: ସରକାର ପ୍ରତ୍ୟକ ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି । କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ମାଡ ମାରି ଶିକ୍ଷାଦାନ କରିପାରିବେ ନାହିଁ ବୋଲି ନିୟମ କରିଛନ୍ତି । କିନ୍ତୁ ସବୁ ନିୟମକୁ ଭଙ୍ଗ କରି ନିଜେ ବିଦ୍ୟାଳୟର ସହକାରୀ ଶିକ୍ଷକ ଜଣେ ଛାତ୍ରଙ୍କୁ ମାଡ ମାରି ଲୁହଲୁହାଣ କରିଥିବା ନେଇ ନିଜେ ଛାତ୍ର ଓ ଅଭିଭାବକ ଅଭିଯୋଗ ଆଣିଛନ୍ତି । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଝାରଖମନ ପ୍ରାଥମିକ ବିଦ୍ୟାଳୟରୁ ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଝାରଖମନ ପ୍ରାଥମିକ ବିଦ୍ୟାଳୟରେ ବିକାଶ ବେହେରା ଚତୁର୍ଥ ଶ୍ରେଣୀରେ ପାଠ ପଢନ୍ତି ।ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ପରମାନନ୍ଦ ସାହୁ ସମ୍ପୃକ୍ତ ଛାତ୍ରଙ୍କୁ ଏକ ଗୀତ ଲେଖି ଆଣିବାକୁ କହିଥିଲେ । କିନ୍ତୁ ଛାତ୍ର ଜଣଙ୍କ ଗୀତ ଲେଖି ପାରିନଥିବାରୁ ଶିକ୍ଷକ ରାଗରେ ପିଠି, ଜଙ୍ଘ, ଗୋଡକୁ ବାଡିରେ ପିଟିଥିଲେ । ଛାତ୍ର ଜଣଙ୍କର ସେହି ସବୁ ଅଙ୍ଗରେ ମାଡ ଦାଗ ମଧ୍ୟ ରହିଛି । ଏପରିକି ପିଲାକୁ ଜ୍ବର ମଧ୍ୟ ଆସିଥିଲା ।

ପରେ ଘଟଣା ସମ୍ପର୍କରେ ଛାତ୍ର ଜଣଙ୍କ ବାପାଙ୍କୁ ସମସ୍ତ କଥା ଜଣାଇଥିଲେ । ଏହା ଶୁଣି ପରିବାର ଲୋକ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲକୁ ନେଇଥିବା ଜଣାପଡିଛି । ଘଟଣାକୁ ନେଇ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ପରମାନନ୍ଦ ସାହୁଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ସହକାରୀ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ନେଇ ଛାତ୍ରଙ୍କ ବାପା-ମା’ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହରଭଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ।ସଂପୃକ୍ତ ଶିକ୍ଷକଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।