ଖେଳ ଦେଶ ବିଦେଶ ମନୋରଞ୍ଜନ

ବିରାଟଙ୍କୁ ମିଳିଲା ମାସକର ଛୁଟି, ବିଦେଶରେ ପତ୍ନୀ ଅନୁଷ୍କା ଓ ଝିଅ ଭାମିକାଙ୍କୁ ଧରି ଛୁଟି କାଟୁଛନ୍ତି କୋହଲି

ନୂଆଦିଲ୍ଲୀ ୨୦/୦୭: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଆଜିକାଲି ଏକ ମାସର ବିରତି ମିଳିଛି । ଏହି କାରଣରୁ ସେ ବର୍ତ୍ତମାନ ସେ ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ସହ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଅଛନ୍ତି । କୋହଲି ପରିବାର ଛୁଟିଦିନ ପାଇଁ ଏଠାକୁ ଆସିଛନ୍ତି । ବଲିଉଡ ଅଭିନେତ୍ରୀ ତଥା କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରୁ ଏହି ସୂଚନା ମିଳିଛି ।

ଅନୁଷ୍କା ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ହେଲୋ ପ୍ୟାରିସ୍ ଲେଖିଛନ୍ତି । କହିଛନ୍ତି ଯେ ଆମେ ଏବେ ବର୍ତ୍ତମାନ ପ୍ୟାରିସରେ ଅଛୁ । ନିକଟରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ, ଟି-୨୦ ଏବଂ ପରେ ODI ମ୍ୟାଚ୍ ଖେଳିବା ପରେ ବିରାଟ କୋହଲି ଫ୍ରି ହୋଇଯାଇଛନ୍ତି । ଏବେ ତାଙ୍କୁ ଆଗାମୀ ଏକ ମାସ ପାଇଁ କୌଣସି ସିରିଜ୍ ଖେଳିବାକୁ ପଡ଼ିବ ନାହିଁ ।

ଅଗଷ୍ଟରେ ଟିମ୍ ଇଣ୍ଡିଆକୁ ଜିମ୍ବାୱେ ଗସ୍ତରେ ଯିବାକୁ ପଡିବ । ଏସିଆ କପ୍ ଖେଳିବା ପାଇଁ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ଏଭଳି ପରିସ୍ଥିତିରେ କୋହଲିଙ୍କ ପାଇଁ ଏକ ମାସର ବିରତି ଲମ୍ୱା ବ୍ରେକ୍ ବୋଲି କୁହାଯାଉଛି ।

ସୂଚନା ଥାଉକି, ଇଂଲଣ୍ଡ ପରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି । ଏଠାରେ ଭାରତୀୟ ଦଳକୁ ଇଣ୍ଡିଆ ବିପକ୍ଷରେ ତିନୋଟି ODI ଏବଂ ପାଞ୍ଚ ଟି-୨୦ ମ୍ୟାଚ୍ ଖେଳିବ । ଏଥିପାଇଁ ଭାରତୀୟ ଟିମ୍‌ର ଘୋଷଣା ହୋଇଛି । ଦୁଇଟି ଯାକ ସିରିଜ ପାଇଁ ବିରାଟ କୋହଲି ଚୟନ ହୋଇନାହାଁନ୍ତି । କାରଣ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ହେବ ତାଙ୍କର ଫର୍ମ ଭଲ ନାହିଁ । ଏଥାପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ