ଅପରାଧ ରାଜ୍ୟ

ସାତ ଦିନ ହେଲା ନିଖୋଜ ଥିଲେ ମୁନା, ଏବେ ନାଳରୁ ମିଳିଲା ମୃତଦେହ

ସୁନ୍ଦରଗଡ଼ ୨୦।୦୭ : ସୁନ୍ଦରଗଡ଼ ଟାଉନ୍‌ ଥାନା କେଡିଆ ପଟ୍ରୋଲ ପମ୍ପ ନିକଟ ନାଳରୁ ମୃତଦେହ ଠାବ । ମୃତକ ଗ୍ରାମ୍ୟ ଉନ୍ନୟନ ବିଭାଗର ଡ୍ରାଇଭର ମୁନା ମାଝୀ ବୋଲି ଜଣାପଡିଛି । ଟାଉନ୍‌ ଥାନା ପୋଲିସର ତଦନ୍ତ ଆରମ୍ଭ ।

ଖବର ଅନୁଯାୟୀ, ଗତ ୧୪ ତାରିଖରୁ ମୁନା ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଭସ୍ମା ଥାନାରେ ପରିବାର ପକ୍ଷରୁ ଲିଖିତ ଭାବେ ଅଭିଯୋଗ ଦେଇଥିଲେ । ପୋଲିସ ମଧ୍ୟ ଖୋଜାଖୋଜି ଜାରି ରଖିଥିଲା । କିନ୍ତୁ ଏବେ କେଡିଆ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ନାଳରୁ ମୁନାଙ୍କ ମୃତଦେହ ଠାବ କରାଯାଇଛି । ତେବେ ତାଙ୍କୁ କିଏ ହତ୍ୟା କରିଛି । ନା ଏହା ପଛରେ ଆଉ କଣ ? ସେନେଇ ଖୋଲତାଡ଼ କରୁଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।