ଅପରାଧ ରାଜ୍ୟ

ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଘଟଣା, ନିଲମ୍ୱିତ ହେଲେ ପ୍ରଧାନ ଶିକ୍ଷକ

ଯାଜପୁର ୨୦/୦୭: ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ୱିତ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କୁଅଁରପୁର ନୋଡାଲ ସ୍କୁଲ୍ ପ୍ରଧାନ ଶିକ୍ଷକ ସଞ୍ଜୟ ନାୟକଙ୍କୁ ନିଲମ୍ବିତ ହୋଇଛନ୍ତି । ମଧାହ୍ନ ଭୋଜନ ସହ ପିଲାଙ୍କ ପାଇଁ ଆସୁଥିବା ଡ୍ରେସ୍, ଜୋତା ବାବଦକୁ ଆସୁଥିବା ପଇସା ହରିଲୁଟ କରିଥିବା ଅଭିଯୋଗ ହୋଇଥିଲା ।

ଏହା ପରେ ଏବିଓ ଘଟଣାର ତଦନ୍ତ କରିଥିଲେ । ପାଖାପାଖି ତିନି ଲକ୍ଷ୍ ଟଙ୍କାର ମିଡ-ଡେ ମିଲ୍ ଚାଉଳ ଘୋଟାଲା ହୋଇଥିବା ଦଦନ୍ତରୁ ଜଣାପଡିଥିଲା । ଏ ସମର୍କ ରେ ପ୍ରଧାନ ଶିକ୍ଷ ଙ୍କୁ ପଚରା ଯାଇଥିଲେ ମଧ୍ୟ କୌଣସି ଉତ୍ତର ଦେଇପାରିନଥିଲେ । ପରେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇଥିଲା ।

ଯେଉଁଥିରେ ପିଲାଙ୍କ ପାଇଁ ଆସିଥିବା ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଘଟଣା ସ୍ପଷ୍ଟ ହୋଇଥଲା ।ଏହା ପରେ ପ୍ରଧାନ ଶିକ୍ଷକ ସଞ୍ଜୟ ନାୟକଙ୍କୁ ନିଲମ୍ବିତ କରାଯାଇଛି । ଦଶରଥପୁର ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ କିଶୋର କୁମାର ମଲ୍ଲିକ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।