ଅପରାଧ ଦେଶ ବିଦେଶ

ଡିଏସପିଙ୍କୁ ଟ୍ରକ୍ ଚାପି ହତ୍ୟା : ପଥର ଖନନ ରୋକିବା ବେଳେ ଗାଡି ଚଢାଇଦେଲେ ମାଫିଆ

ନୂଆଦିଲ୍ଲୀ, ୧୯/୦୭: ଡିଏସପିଙ୍କୁ ଗାଡି ଚଢାଇ ହତ୍ୟା । ହରିୟାଣାରେ ଜମି ଓ ପଥର ମାଫିଆମାନେ ଜଣେ ଡିଏସପିଙ୍କୁ ଟ୍ରକ୍ ଚାପି ହତ୍ୟା କରିଛନ୍ତି । ଚଢଉ ପାଇଁ ପୋଲିସ ଅଧିକାରୀଜଣଙ୍କ ଘଟଣାସ୍ଥଳକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ।ପ୍ରାଣ ହରାଇଥିବା ଅଧିକାରୀ ହେଲେ ସୁରେନ୍ଦ୍ର ବିଶ୍ରାଇ ।

ସୂଚନାନୁସାରେ, ସୁରେନ୍ଦ୍ର ବିଶ୍ରାଇ ହରିୟାଣା ନୁହୁ ନିକଟବର୍ତ୍ତୀ ଏକ ପାହାଡ ନିକଟକୁ ପଥର ଚୋରି ରୋକିବା ପାଇଁ ଯାଇଥିଲେ । ଚଢଉ ବେଳେ ସେ ଏକ ପଥର ବୋଝେଇ ଟ୍ରକକୁ ରୋକିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ମାଫିଆମାନେ ତାଙ୍କୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

କୁହାଯାଉଛି ଯେ, ସକାଳ ସାଢେ ୧୧ଟାରେ ବେଆଇନ ପଥର ଖନନ ନେଇ ସୂଚନା ମିଳିବା ପରେ ସୁରେନ୍ଦ୍ର ଟିମ୍ ନେଇ ସେଠାକୁ ଯାଇଥିଲେ । ପୋଲିସକୁ ଦେଖି ମାଫିଆମାନେ ଫେରାର ହେବାକୁ ପ୍ରୟାସ କରୁଥିବା ବେଳେ ଡିଏସପିଙ୍କୁ ଧକ୍କା ଦେଇଥିଲେ ।

ଦୁର୍ଘଟଣା ଘଟାଇବା ପରେ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇଁ ସ୍ଥାନୀୟ ଏସପି ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ