ଅପରାଧ ରାଜ୍ୟ

ନାବାଳିକା ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତକୁ ୩୮ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଅଦାଲତ

ଜୟପୁର ୧୯/୦୭: ନାବାଳିକା ସହ ଗଣ ଦୁଷ୍କର୍ମ ଘଟଣାରେ ଜୟପୁର ଫାଷ୍ଟଟ୍ରାକ ସ୍ବତନ୍ତ୍ର କୋର୍ଟର ଐତିହାସିକ ରାୟ। ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପ୍ରଦୀପ କୁମାର ସାମଲ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ କନ୍ଦପାନକୁ ୩୮ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୦ ହଜାର ଟଙ୍କାର ଜୋରିମାନା ଶୁଣାଇଛନ୍ତି। ଆଇପିସିର ବିଭିନ୍ନ ଧାରାରେ ଅଦଲତଦୋଷୀକୁ ଏହି ରାୟ ଶୁଣାଇଛନ୍ତି ।ଜୟପୁର ପୋକ୍ସୋ କୋର୍ଟରେ ଦୋଷୀକୁ ଆଜୀବନ କାରାଦଣ୍ଡ ବ୍ୟତୀତ ୩୮ ବର୍ଷ ପାଇଁ କାରାଦଣ୍ଡ ଘୋଷଣା ହେବା ପ୍ରଥମ ଘଟଣା।

ଖବର ଅନୁସାରେ, ଗତ ୨୦୧୭ ମସିହା ନଭେମ୍ବର ମାସ ୨୨ ତାରିଖରେ ଦୋଷୀ ସୁଶାନ୍ତ କନ୍ଧପାନ ସୁନାବେଡ଼ାରେ ରହୁଥିବା ପୀଡିତାଙ୍କୁ ଟ୍ୟୁସନ ଯିବା ସମୟରେ ନିଜ ସାଙ୍ଗମାନଙ୍କ ସହ ମିଶି ବଳ ପୂର୍ବକ ଉଠାଇନେଇ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମର ଭିଡିଓ ଉତ୍ତୋଳନ କରି ପୀଡିତାକୁ ବ୍ଳାକ୍ ମେଲ୍ କରି ବାରମ୍ବାର ଦୁଷ୍କର୍ମ କରିଥିଲେ। ଅଦାଲତରେ ଏହି ଘଟଣାରେ ୮ ଜଣଙ୍କ ସାଖି ନିଆ ଯାଇଥିଲା।

ଘଟଣାରେ ଜଡ଼ିତ ଆଉ ୨ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ନାବାଳିକା ଦୁଷ୍କର୍ମ ପରି ସଙ୍ଗୀନ ଅପରାଧିକ ମାମଲାରେ କୋର୍ଟ ଏପରି ରାୟ ଶୁଣାଇଥାନ୍ତି ବୋଲି କହିଛନ୍ତି ପୀଡିତାଙ୍କ ଓକିଲ ଡଃ ଗାୟତ୍ରୀ ଦେବୀ। ସେପଟେ ଏପରି ରାୟ ଦ୍ବାରା ଏପରି ଅମାନୁଷିକ ଅପରାଧି ଘଟାଉଥିବା ଅଭିଯୁକ୍ତମାନେ ସଜାଗ ହେବେ ଓ ଲୋକଙ୍କ ଆଇନ କାନୁନ ପ୍ରତି ଭୟ ରହିବ ବୋଲି କହିଛନ୍ତି ବରିଷ୍ଠ ସରକାରୀ ଓକିଲ ବିଷ୍ଣୁ ପାତ୍ର କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।