ମୁମ୍ବାଇ ୧୯।୦୭ : ସୋସିଆଲ୍ ମିଡିଆରେ ପୁଣି ନିଆ ଶର୍ମାଙ୍କ ଜଲଓ୍ୱା । କାର୍ ଭିତରେ କଲେ ହଟ୍ ଫଟୋ ସୁଟ୍ । ଯାହାକୁ ନେଇ କମେଣ୍ଟ ବକ୍ସରେ ଭିନ୍ନ ଭିନ୍ନ ମତ ଦେଲେ ଫ୍ୟାନ୍ ।
ଖବର ଅନୁଯାୟୀ, ଟିଭି ଇଣ୍ଟଷ୍ଟ୍ରିରେ ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ଅନ୍ୟତମ ନିଆ ଶର୍ମା । ସବୁ ବେଳେ ନିଜର ଫ୍ୟାସନ ଷ୍ଟାଇଲ୍କୁ ନେଇ ଚର୍ଚ୍ଚାରେ ଥାଆନ୍ତି ନିଆ ଶର୍ମା । ଏପିରିକି ତାଙ୍କର ଅତରଙ୍ଗୀ ଡ୍ରେସିଂ ଷ୍ଟାଇଲ୍କୁ ନେଇ ମଧ୍ୟ ବିବାଦର ସାମ୍ନା କରିଥାନ୍ତି ନିଆ । କିନ୍ତୁ ସେସବୁକୁ ବେଖାତିର କରିଥାନ୍ତି ନିଆ । ଆଉ ଏବେ ନିଆ ଶର୍ମା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ଖୁବ୍ ଷ୍ଟାଇଲିସ୍ ଅନ୍ଦାଜରେ ନଜର ଆସିଛନ୍ତି ନିଆ । ଫଟୋ କ୍ୟାପସ୍ନରେ ‘ଇନ୍ ଦ କାର୍’ ବୋଲି ଲେଖାଯାଇଛି ।
ସେପଟେ ସୋସିଆଲ୍ ମିଡିଆରେ ନିଆ ଶର୍ମାଙ୍କୁ ଫଟୋକୁ ନେଇ ଫ୍ୟାନ୍ସମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଏ ପ୍ରଂଶସା କରୁଥିବା ବେଳେ ଆଉ କିଏ ସମାଲୋଚନା କରୁଛନ୍ତି । ଏପିରିକି କେହି କେହି କମେଣ୍ଟ ବକ୍ସରେ ‘ ମୋଷ୍ଟ ବିୟୁଟିଫୁଲ୍ ପର୍ସନ ଇନ୍ ଦି ଓ୍ୱାର୍ଲଡ’ ବୋଲି ଲେଖିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୦ରେ ଷ୍ଟାର ପ୍ଲସରେ ଆରମ୍ଭ ହୋଇଥିବା ସିରିୟଲ କାଲି-ଏକ ଅଗ୍ନିପରୀକ୍ଷା ଜରିଆରେ ଟିଭି ଜଗତରେ ପାଦ ଦେଇଥିଲେ ନିଆଁ ଶର୍ମା । କିନ୍ତୁ ଜି ଟିଭିରେ ଆସିଥିବା ‘ଜମାଇ ରାଜା’ ସିରିୟଲ ତାଙ୍କୁ ଘରେ ଘରେ ପରିଚିତ କରିଥିଲେ । ଏହାପରେ ନାଗିନ୍ -୪ରେ ନଜର ଆସିଥିଲେ । ଏହାରି ମଧ୍ୟରେ କେତେକେ ଆଉଟମ୍ ଓ ଆଲ୍ବମ ଗୀତରେ ମଧ୍ୟ ନଜର ଆସିଛନ୍ତି ନିଆଁ ଶର୍ମା ।