ଅପରାଧ ରାଜ୍ୟ

ଆଶିଷ ହତ୍ୟାକାଣ୍ଡ ଘଟଣାରେ ତନାଘନା, ତିନି ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

ବାଲିପାଟଣା ୧୯।୦୭ : ଦୁଇ ଦିନିଆ ରିମାଣ୍ଡରେ ତିନି ଅଭିଯୁକ୍ତ । ବାଲିପାଟଣା ଥାନା ବୋଧଖଣ୍ଡି ଗାଁ ଆଶିଷ ହତ୍ୟାକାଣ୍ଡ ଘଟଣାରେ ଜେଲ୍‌ରେ ଥିବା ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି ବାଲିପାଟଣା ପୋଲିସ ।

ଖବର ଅନୁଯାୟୀ, ଏକତରଫା ପ୍ରେମକୁ କେନ୍ଦ୍ର କରି ବାଲିଅନ୍ତା ଥାନା ଶିଶିଲୋ ଗାଁର ଆଶିଷ ଓଝାଙ୍କୁ ହତ୍ୟା କରାଯାଇଥିଲା । ପରେ ଘଟଣାର ତଦନ୍ତ କରି ବାଲିପାଟଣା ପୋଲିସ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ତିନି ଅଭିଯୁକ୍ତ ରାଜ କିଶୋର ଦାସ, ଦୁର୍ଯ୍ୟୋଧନ ବେହେରା ଏବଂ ରାକେଶ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟଙ୍କ ଅନୁମତି ପରେ ଦୁଇ ଦିନିଆ ରିମାଣ୍ଡରେ ଆଣିଛି ବାଲିପାଟଣା ପୋଲିସ ।ହତ୍ୟା ସମ୍ପର୍କିତ ଅଧିକ ତଥ୍ୟ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ |

ସେପଟେ ହତ୍ୟାକାଣ୍ଡ ପରଠାରୁ ଏବେ ଯାଏଁ ଆଶିଷଙ୍କ ମୋବାଇଲ୍ ମିଳିନାହିଁ । ନଦୀକୁ ଫିଙ୍ଗି ଦେଇଥିବା ଆଶିଷଙ୍କ ମୋବାଇଲକୁ ଠାବ ଲାଗି ଧନୁଆ ନଦୀରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଛି । ମାତ୍ର ଆଶିଷଙ୍କ ମୋବାଇଲ ବିଷୟରେ କିଛି ବି ସନ୍ଧାନ ମିଳିନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।