ମାଲକାନଗିରି ୧୮/୦୭: ମାଲକାନଗିରି ଜିଲ୍ଲାର କାଲିମେଳା ସଦର ମହକୁମା ଠାରେ ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ । ୩୨୬ ନମ୍ବର ଜାତୀୟ ବିଜୟୱାଡାଠାରୁ ରାଞ୍ଚି ରାଜପଥର ପାର୍ଶ୍ୱରେ ଥିବା ଆଇସିଆଇସିଆଇ ବ୍ୟାଙ୍କରେ ଦୁର୍ବୃତ୍ତମାନଙ୍କର ଚୋରି ଉଦ୍ୟମ ଫେଲ ମାରିଛି ।
ଦୁର୍ବୃତ୍ତମାନେ ପ୍ରଥମେ ବ୍ୟାଙ୍କର ସିସି କ୍ୟାମେରା ଭାଙ୍ଗିଲେ ତାପରେ ଏଟିଏମ୍ ଭିତରେ ପ୍ରବେଶ କରି ପ୍ରଥମ ଗେଟ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଭିତରକୁ ଯାଇ ପାରିନାହାନ୍ତି କି ଏଟିଏମ୍ ରୁ ଟଙ୍କା ଚୋରିକରି ପାରିନାହାନ୍ତି । ତାଙ୍କ ଉଦ୍ୟମ ପଣ୍ଡ ହୋଇଛି । ଏ ନେଇ କାଲିମେଳା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରୁଛି ।