ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରାବଣ ପ୍ରଥମ ସୋମବାର, ମହାବିନାୟକ ଶୈବପୀଠରେ ଲାଗିଛି କାଉଡିଆଙ୍କ ଭିଡ଼

ଚଣ୍ଡିଖୋଲ ୧୮।୦୭ : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ ଲାଗିଛି କାଉଡିଆଙ୍କ ଭିଡ । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ମହାବିନାୟକ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି କାଉଡିଆଙ୍କ ଭିଡ ।

ତେବେ ବିଭିନ୍ନ ସ୍ଥାନରୁ କାଉଡିଆମାନେ ପାଣି ଭାର ନେଇ ମନ୍ଦିରରେ ପହଞ୍ଚିଛନ୍ତି । ବୋଲବମ ହରହର ବମ ଧ୍ୱନିରେ କମ୍ପୁଛି ସମଗ୍ର ପରିବେଶ । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ମହାବିନାୟକ ଶୈବ ପୀଠରେ କାଉଡିଆଙ୍କ ଭିଡ଼ ଦେଖିବାକୁ ମିଳିଛି । କାଉଡିଆ ମାନେ କେଉଁଭଳି ଶାନ୍ତି ଶୃଙ୍ଖଳାରେ ପ୍ରଭୁଙ୍କ ନିକଟରେ ଜଳାଭିଷେକ କରିବେ । ସେଥିପାଇଁ ମନ୍ଦିର କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଥରେ କାଉଡିଆଙ୍କୁ ମନ୍ଦିର ଯିବାକୁ ଅନୁମତି ମିଳିଥିବାରୁ ସେମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ