ଅପରାଧ ରାଜ୍ୟ

ବାଇକ୍‌ ଚୋରି କରି ଥାନାରେ ଛାଡିଦେଲେ ଲୁଟେରା, ସିସିଟିଭି ଯାଞ୍ଚରୁ ଲିଙ୍କ ପାଇଲା ପୋଲିସ

ଭଦ୍ରକ ୧୭।୦୭ : ଚୋରି କରି ଥାନାରେ ଛାଡିଦେଲା ବାଇକ୍‌ । ପରେ ସିସିଟିଭିରୁ ଯାଞ୍ଚ ଆରମ୍ଭ କରିଥିଲା ପୋଲିସ । ସିସିଟିଭି ଆଧାରରେ ଦୁଇ ଲୁଟେରାଙ୍କୁ ଗିରଫ ସହ ୧୦ ବାଇକ୍‌ ଜବତ କରିଛି ଭଦ୍ରକ ପୋଲିସ ।

ଖବର ଅନୁଯାୟୀ, ଭଦ୍ରକ ସହରର ସମରାଇପୁର ଅଞ୍ଚଳର ଅଜୟ ମଲ୍ଲିକଙ୍କ ଗାଡି ଚୋରି ହୋଇଥିଲା । ଏତଲା ଆଧାରରେ ତଦନ୍ତ ବେଳେ ଚୋରା ବାଇକଟି ଭଦ୍ରକ ଟାଉନ ଥାନାରେ ପରିସରରେ ମିଳିଥିଲା । ପରେ ଟାଉନ ଥାନାର ସିସିଟିଭି ଓ ଅନ୍ୟ କେତେକ ସ୍ଥାନର ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ପରେ ଲୁଟେରା ବିଷୟରେ ସୁରାକ ମିଳିଥିଲା । ଭଦ୍ରକ ଟାଉନ ଥାନା ଅଧିନ ରେଳବାଇ କଲୋନୀରେ ରହୁଥିବା ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳର ଲୁଟେରା ରଞ୍ଜନ ପାତ୍ର ଘରେ ଚଢ଼ାଉ ହୋଇଥିଲେ । ଏହି ଚଢାଉରେ ୫ଟି ବାଇକ ମିଳିଥିଲା । ଏହାସହିତ ସହଯୋଗୀ କୁନିପୁଅ ଘରୁ ଦୁଇଟି ଚୋରା ବାଇକ ଜବତ ହୋଇଥିଲା । ପରେ ଚୋରା ବାଇକର ଲିଙ୍କ ନେଇ ତିହିଡି ଓ ସାବରଙ୍ଗରେ ଚଢ଼ାଉ କରି ଦୁଇଟି ବାଇକ ଜବତ ହୋଇଥିବା ବେଳେ ଅଭିଯୁକ୍ତ ମାନେ ଖସି ପଳାଇଥିଲେ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୧୦ଟି ଚୋରା ବାଇକ ଜବତ ସହ ରଞ୍ଜନ ପାତ୍ର ଓ କୁନିପୁଅ ଓରଫ ବିଜୟ ଜେନାକୁ ଗିରଫ କରିଛି । ଫେରାର ଆସାମୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଭଦ୍ରକ ଅତିରିକ୍ତ ଏସପି ବିଜୟ ରଞ୍ଜନ କେରକେଟା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।