ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ସିଦ୍ଧୁ ନିଜକୁ ବଞ୍ଚାଇବା ପାଇଁ ୨କୋଟି କରିଥିଲେ ଅଫର, ଗ୍ୟାଙ୍ଗଷ୍ଟର ଗୋଲଡି ବରାର୍‌ କଲେ ଖୁଲାସା

ନୂଆଦିଲ୍ଲୀ ୧୬।୦୭: ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଗୋଲଡି ବାବର ବର୍ତ୍ତମାନ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଦାବି କରିଛନ୍ତି ଯେ ଭିକି ମିଡ୍‌ଦୁଖେଡା ମାମଲା ପରେ ସିଦ୍ଧୁ ମୁସେୱାଲା ତାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ୨ କୋଟି ଟଙ୍କା ଅଫର କରିଥିଲେ। ନିର୍ବାଚନ ସମୟରେ ମୁସେୱାଲାଙ୍କ ଲୋକ ତାଙ୍କୁ କହିଥିଲେ ଯେ ତୁମେ ତାଙ୍କ ଜୀବନ ରକ୍ଷା କର, ଆମେ ତୁମକୁ ଦୁଇ କୋଟି ଟଙ୍କା ଦେବୁ। ଏହା ପରେ ଆପଣଙ୍କୁ ଗୁରୁଦ୍ୱାର ସାହିବକୁ ଯାଇ ଶପଥ କରିବାକୁ ପଡିବ । ବରାର୍‌ କୌଣସି ପରିସ୍ଥିତିରେ ଆପୋଷ ବୁଝାମଣା କରିବାକୁ ଚାହୁଁ ନ ଥିବାରୁ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ଭାଇରାଲ୍‌ ହୋଇଥିବା ଭିଡିଓଟି କମ୍ ଆଲୋକରେ ସୁଟ୍ ହୋଇଛି। ଗୋଲଡି ମୁହଁ ଘୋଡାଇ କଥା କହିଛନ୍ତି ଯେ ମୁସେୱାଲାଙ୍କୁ ଶିଖ ‘ସହୀଦ’ ରୂପେ ଦେଖାଇବା ଚେଷ୍ଟା କରାଯାଉଛି। ତେଣୁ ସେ ଭିଡିଓ ସୁଟିଂ କରିବାକୁ ବାଧ୍ୟ ହୋଇଥିଲେ। ବରାର୍‌ କହିଛନ୍ତି, “ସେ (ମୁସୱାଲା) ଜଣେ ସହୀଦ ନୁହଁନ୍ତି। ଆମର ଦୁଇ ଭାଇଙ୍କୁ ହତ୍ୟା କରିବାରେ ମୁସେୱାଲାଙ୍କର ହାତ ଥିଲା। ତେଣୁ ତାଙ୍କୁ ହତ୍ୟା କରିଥିବାରୁ ଆମର କୌଣସି ଅନୁତାପ ନାହିଁ।

ଏହା ବ୍ୟତୀତ ଆହୁରି କହିଛନ୍ତି ଯେ ‘ଲୋକମାନେ ଆମକୁ ଖରାପ ବୋଲି କହୁଛନ୍ତି, ହେଲେ ଭଲ ଆମେ ଖରାପ କିନ୍ତୁ କେତେକ ଲୋକମାନେ ଭଲ ଲୋକଙ୍କ ଘର ନଷ୍ଟ କରନ୍ତି। ଆଜି ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ତାଙ୍କୁ ସହୀଦ ତଥା ଯୋଦ୍ଧା କୁହାଯାଉଛି, କିନ୍ତୁ ସେ ଜୀବିତ ଥିବାବେଳେ ୯୫ ପ୍ରତିଶତ ଲୋକ ତାଙ୍କୁ ସମାଲୋଚନା କରୁଥିଲେ। ଏହି ଭିଡିଓ ଦେଖି ପୋଲିସ୍‌ ନିଶ୍ଚିତ କରିଛି କି ଗୋଲଡି ବରାର କାନାଡାର କୌଣସି ଏକ ସ୍ଥାନରେ ଲୁଚି ରହିଥିବା ଜଣାପଡିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ