ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଗୃହରେ ଉଠିଲା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର ୧୬/୦୭: ଶୂନ୍ୟକାଳରେ ଉଠିଲା ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ପ୍ରଶ୍ନ ପତ୍ର ଲିକ ଘଟଣା । ରାଜ୍ୟ ସରକାର କହୁଛନ୍ତି ଆମେ ସବୁ ଥୀରେ ବିଶ୍ୱସ୍ତରୀୟ । କିନ୍ତୁ ବାସ୍ତବରେ ଶିକ୍ଷା କ୍ଷେତ୍ରରେ କଣ ହେଉଛି? ନା ଶିକ୍ଷକ ଛାତ୍ରମାନଙ୍କୁ ପାସ କରାଇ ବିଶ୍ୱସ୍ତରୀୟ କରିବାକୁ ଚାହୁଛନ୍ତି । ଯାହା ପାଇଁ ଏ ଭଳି ହୁଏତ ଅନେକ ଘଟଣା ଘଟିଥିବା କିନ୍ତୁ ସାମ୍ନାକୁ ଆସୁନି ।

ଏବେ ଏବେ ଦଶମ ପରୀକ୍ଷା ଫଳ ବାହାରିଛି କିନ୍ତୁ କୋଉ ସ୍କୁଲ ଉତ୍ତୀର୍ଣ୍ଣ ହୋଇଛନ୍ତି କହିବେ କି ମନ୍ତ୍ରୀ ମହୋଦୟ । ସମ୍ବଲପୁର ବିଶ୍ଵବିଦ୍ୟାଳୟ ଘଟଣାରେ ଦୁଇ ସନ୍ଦିଗ୍ଧ ଅଧ୍ୟାପକ ଲିକ୍ ଘଟଣା ରେ ସମ୍ପୁକ୍ତ ଥିବା ସାମ୍ନାକୁ ଆସିଛି । ତେବେ କଣ ହେଉଥିବ ସେହି ପିଲାଙ୍କ ଭବିଷ୍ୟତ । ଏ ଗୃହରୁ ପୂର୍ବରୁ ମଧ୍ୟ ନଜିର ଅଛି ଯେ ଜଣେ ମନ୍ତ୍ରୀଙ୍କ ପୁଅକୁ ପାସ କରାଇବା ପାଇଁ କଣ କରିଥିଲେ ଏ ସରକାର ।

ତେବେ ଏବେ ସମୟ ଆସିଛି ଯେଉଁମାନେ ଏ ଭଳି ଘଟଣା ଘଟାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଏ ପ୍ରସଙ୍ଗରେ ଗୃହରେ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଦାବୀ କରିଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି