ଅପରାଧ ରାଜ୍ୟ

ନିମ୍ନମାନର ରାସ୍ତା କାମ ଅଭିଯୋଗ; ଦବି ଯାଉଛି ରାସ୍ତା, ଫଡ଼ା ଫଡ଼ା ଉଠୁଛି ପିଚୁ

ଉମରକୋଟ ୧୫/୦୭: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବରିଗୁଡାଠାରୁ ଦେଓବନ୍ଧ ପର୍ଯ୍ୟନ୍ତ ୩ କିମି ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଥିଲା। ଫଳରେ ମାସେ ପୂର୍ବରୁ ନୂଆ ରାସ୍ତା ତିଆରି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୩୨ଲକ୍ଷ ଟଙ୍କା ଖର୍ଚ୍ଚ କରି ବୋରିଗୁଡା ଛକରୁ ଦେଓବନ୍ଧ ପର୍ଯ୍ୟନ୍ତ ପିଚୁ ରାସ୍ତା ତିଆରି କରାଯାଇଥିଲା। କିନ୍ତୁ ଏହି ରାସ୍ତା ତିଆରି କାମ ଯେଉଁ ଠିକା ସଂସ୍ଥାକୁ ଦିଆଯାଇଥିଲା ସେହି ସଂସ୍ଥା ଅତି ନିମ୍ନମାନର କାମ କରିଛି। ଫଳରେ ସନ୍ଧିମୁଣ୍ଡା ଗାଁ ପାଖରେ ସମ୍ପୁର୍ଣ୍ଣ ଭାବେ ରାସ୍ତା ନଷ୍ଟ ହୋଇ ଯିବା ସହ ବିଭିନ୍ନ ସ୍ଥାନରେ ଗାତ ହୋଇଯାଇଛି।

ରାସ୍ତାରୁ ପିଚୁ ବାହାରି ମାଟି ଦେଖା ଯାଉଛି। ଏପରିକି ବର୍ଷା ପାଇଁ ରାସ୍ତା ଦବିବାରେ ଲାଗୁଛି। ତେବେ ଏଥିପାଇଁ ଳୋକମାନେ ଯିବା ଆସିବା ସମୟରେ ଲୋକେ ବହୁ ହଇରାଣ ହେଉଥିବା କହିଛନ୍ତି। ତେବେ ରାସ୍ତା କାମ ଅତି ନିମ୍ନ ମାନର ହୋଇଥିବାରୁ ମାସେ ନ ପୂରୁଣୁ ପିଚୁ ଉଠିଯିବା ସହ ରାସ୍ତା ଦବୁଛି ବୋଲି ସନ୍ଧିମୁଣ୍ଡା ଗାଁଲୋକ ଅଭିଯୋଗ କରିଛନ୍ତି। ପୁଣିଥରେ ଏହି ରାସ୍ତା ତିଆରି କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ତେବେ ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଖୁବଶୀଘ୍ର ରାସ୍ତା ମରାମତି କରାଯିବ ବୋଲି ସେମାନେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।