ଭୁବନେଶ୍ୱର ୧୫।୦୭ : ରାଜଧାନୀରେ ଚାଞ୍ଚଲ୍ୟ । ଏକାଠି ଫ୍ୟାନ୍ରେ ଝୁଲିପଡିଲେ ସ୍ୱାମୀ-ସ୍ତ୍ରୀ । ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଲକ୍ଷ୍ମୀସାଗର ଅଞ୍ଚଳରେ ସ୍ୱାମୀ-ସ୍ତ୍ରୀ ରହୁଥିଲେ । ହେଲେ ଶୁକ୍ରବାର ଦିନ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀ ନେଇଗଲେ ଚରମ ନିଷ୍ପତ୍ତି । ଆଉ ଘରେ ଲାଗିଥିବା ଫ୍ୟାନ୍ରେ ଝୁଲିପଡିଲେ ଉଭୟ । ଏହାଦେଖି ନିକଟରେ ଥିବା ଲୋକେ ତୁରନ୍ତ, ସେମାନଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସେପଟେ ଘଟଣା ସଂପର୍କରେ ସୂଚନା ପାଇ ଲକ୍ଷ୍ନୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହିତ ସ୍ୱାମୀ-ସ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି କାହିଁକି ନେଲେ , ସେନେଇ ଖୋଲତାଡ଼ ଜାରି ରଖିଛି ପୋଲିସ । ତେବେ ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହ ଲାଗି ସ୍ୱାମୀ-ସ୍ତ୍ରୀ ଏପରି କରିଥିବା ସନ୍ଦେହ କରାଯାଉଛି ।