ଅପରାଧ ରାଜ୍ୟ

ଗଳିତ ଦନ୍ତା ହାତୀର ଦାନ୍ତ ଜବତ, ୩ ଜଣଙ୍କୁ ଗିରଫ କଲା ବନ ବିଭାଗ

ଭଞ୍ଜନଗର ୧୫।୭: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କାନବିନ୍ଧା ସଂରକ୍ଷିତ ଜଙ୍ଗଲ ଭିତରେ ଠାବ ହୋଇଥିବା ଗଳିତ ଦନ୍ତା ହାତୀର ଦାନ୍ତକୁ ଜବତ କରିଛି ବନ ବିଭାଗ । ଏଥିସହ ହାତୀକୁ ହତ୍ୟା କରି ତାଠାରୁ ଦାନ୍ତ କାଟି ନେବା ଭଳି ଜଘନ୍ୟ ମାମଲାରେ ବନ ବିଭାଗ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ଉତ୍ତର ଘୁମୁସର ବନଖଣ୍ଡ ଡିଏଫ୍‌ଓ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି ।

ଅଭିଯୁକ୍ତମାନେ ଉକ୍ତ ଜଙ୍ଗଲ ନିକଟରେ ଥିବା ଦଦରଲୁଣ୍ଡା ପଞ୍ଚାୟତର ବେଲାଟୁନ୍‌ ରୁନା ଦିଗାଲ, ଦୀପକ ଦିଗାଲ ଏବଂ ଯୁବରାଜ ଦିଗାଲ ‌ବୋଲି ସେ ସୂଚନା ଦେଇଛନ୍ତି । ଏଥିରେ ଆହୁରି କିଛି ବ୍ୟକ୍ତିଙ୍କ ସଂପୃକ୍ତି ଥିବା ତଦନ୍ତରୁ ଜଣାପଡିଛି । କେସ୍‌ ନମ୍ବର ୧୫୦(ଏମ୍‌)ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ସେମାନଙ୍କୁ ମଧ୍ୟ ଗିରଫ କରିବା ନେଇ ଚଢଉ ଜାରି ରହିବ ବୋଲି ସେ କହିଛନ୍ତି ।

ଅଭିଯୁକ୍ତମାନେ ଏକ କୁରାଢି ସାହାଯ୍ୟରେ ଦାନ୍ତଟିକୁ କାଟି ହାତୀଟି ମାରିଥିବା ସ୍ଥାନଠାରୁ କିଛି ଦୂରରେ ଜଙ୍ଗଲ ମଧ୍ୟରେ ହିଁ ଦାନ୍ତଟିକୁ ମାଟି ତଳେ ପୋତି ରଖିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ ସେମାନେ ଉକ୍ତ ସ୍ଥାନ ଦେଖାଇବା ପରେ ବିଭାଗୀୟ କର୍ମଚାରୀମାନେ ମାଟି ତଳୁ କଟା ଦାନ୍ତ ଉଦ୍ଧା‌ର କରିଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏଥିସହ ସେମାନଙ୍କ ନିକଟରୁ ଦାନ୍ତ କାଟିବାରେ ବ୍ୟବହୃତ କୁରାଢିକୁ ଜବତ କରାଯାଇଛି। ଏହି ଅଞ୍ଚଳରେ ସଦାସର୍ବଦା ହାତୀଙ୍କ ଚଳପ୍ରଚଳ ରହୁଥିବାରୁ ଆଗକୁ ହାତୀଙ୍କ ସୁରକ୍ଷା ପାଇଁ କଡାକଡି କରାଯିବ ବୋଲି ଡିଏଫଓ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।