ରାୟଗଡା ୧୫।୦୭: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଝାଡିବାନ୍ତି ଆତଙ୍କ । ଏବେ ସୁଦ୍ଧା ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ରାୟଗଡ଼ା ବ୍ଲକ କାଶିପୁର ବ୍ଲକର ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡ଼ମାରିଭଟ୍ଟା. କାକୁଡିପଦର, ରାଉତଘାଟି ଆଦି ଗାଁରେ ଝାଡାବାନ୍ତି ବ୍ୟାପିଛି । ଗୁରୁବାର ରାତିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଏବେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ତେବେ ଏବେ ଯାଏଁ କୌଣସି ଡାକ୍ତରୀ ଟିମ୍ ଗାଁରେ ପହଞ୍ଚିଥିବା ସୂଚନା ମିଳିଛି ।