ଅପରାଧ ରାଜ୍ୟ

ଇସ୍ପାତ ସହରରେ ପୁଣି କଳା ପଲସର ଆତଙ୍କ, ଲୁଟିନେଲେ ୩ ଲକ୍ଷ ୬୦ ହଜାର ଟଙ୍କା

ରାଉରକେଲା ୧୨।୭: ଇସ୍ପାତ ସହର ରାଉରକେଲାରେ ପୁଣି କଳା ପଲସର ଆତଙ୍କ । କଳା ପଲସରରେ ଆସି ଲୁଟି ନେଲେ ୩ ଲକ୍ଷ ୬୦ ହଜାର ଟଙ୍କା ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ ସିଭିଲ ଟାଉନ ସିପି ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ୍‌ରୁ ଗାନ୍ଧୀ ରୋଡ଼ର ବ୍ୟବସାୟୀ ଅମିତ ଗୁପ୍ତା ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଇଥିଲେ । ବାଇକ୍ ଡିକିରେ ଟଙ୍କା ରଖୁଥିବା ବେଳେ କଳା ପଲସରରେ ଦୁଇ ଲୁଟେରା ଆସି ଅମିତଙ୍କୁ ଗୋଇଠା ମାରି ଲୁଟିନେଲେ ଟଙ୍କା । ଖବର ପାଇ ରଘୁନାଥପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଉ ଲୁଟେରାଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।