ଅପରାଧ ରାଜ୍ୟ

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୭ଟି ଜାଗାରେ ରେଡ୍‌

ଢେଙ୍କାନାଳ ୧୨।୦୭ : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ନିମାପଡା ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଚାଲିଛି ଚଢ଼ାଉ । ଏକ କାଳୀନ ୭ଟି ଜାଗାରେ ଚାଲିଛି ଚଢ଼ାଉ । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୨ଟି ସ୍ଥାନରେ ରେଡ ଚାଲିଛି । ଏଥିସହିତ ପୈତୃକ ଗାଁ ଗୁଣଦେଈ ସମେତ ଢେଙ୍କାନାଳ ସହରର ୪ଟି ଜାଗାରେ ଛାନଭିନ ଚାଲିଛି ।

ଖବର ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡା ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଭିଜିଲାନ୍ସ ୫ଟି ଟିମ ଏକକାଳୀନ ୭ଟି ଜାଗାରେ ଚଢାଉ କରୁଛି । ତେବେ ଚଢାଉ ସ୍ଥାନଗୁଡିକ ହେଉଛି ନିମାପଡା , ଭୁବନେଶ୍ୱରର ଦୁଇଟି ସ୍ଥାନ, ଢେଙ୍କାନାଳ ସହରର ଗାୟତ୍ରୀ ନଗର, ଦକ୍ଷିଣକାଳୀର ଦୁଇଟି ସ୍ଥାନ ଓ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁନଦେଈ ଗ୍ରାମର ଥିବା ତାଙ୍କ ପୈତୃକ ଘର ।

ସେହିପରି ଭୁବନେଶ୍ୱରର ଶୈଳଶ୍ରୀ ବିହାର ରେ ଏକ ବିଶାଳ ତିନି ମହଲା କୋଠାଘର କରି ଭଡାରେ ଲଗାଇଥିବା ଜଣାପଡିଛି । ଏହା ବ୍ୟତୀତ ଶୈଳଶ୍ରୀ ବିହାର ସ୍ଥିତ ସେଣ୍ଟର ପଏଣ୍ଟ ଆପାର୍ଟମେଣ୍ଟରେ ଘର କିଣି ପରିବାର ସହ ରହୁଥିଲେ । ସେହି ଫ୍ଲାଟରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଛାନଭିନ କରୁଛି । ଏହି ରେଡ୍‌ରେ ନଗଦ ଲକ୍ଷାଧିକ ଟଙ୍କା, ସୁନାଗହଣା, ବିଭିନ୍ନ ବ୍ୟାଙ୍କର ପାସ୍ ବୁକ, ବୀମା ବଣ୍ଡ, ନାମୀ ଦାମୀ ଗାଡି ଓ ସୌଖିନ ସାମଗ୍ରୀ ଆଦି ଭିଜିଲାନ୍ସ ହାତରେ ଲାଗିଛି । ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।