ଅପରାଧ ରାଜ୍ୟ

ଟ୍ରକକୁ ପଛରୁ ପିଟିଲା ବସ୍‌ : ଜଣେ ମୃତ, ୧୦ ଆହତ

ଖୋର୍ଦ୍ଧା ୧୨।୦୭ : ଭାରସାମ୍ୟ ହରାଇ ଟ୍ରକକୁ ପଛ ପଟୁ ପିଟିଲା ବସ୍‌ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହିତ ଟ୍ରକକୁ ଧକ୍କା ଦେବା ପରେ ରାସ୍ତା କଡ଼ରେ ଥିବା ଘରେ ମଧ୍ୟ ଧକ୍କା ହୋଇଛି ।

ଖବର ଅନୁଯାୟୀ, ଭୁବନେଶ୍ବରରୁ ଯାତ୍ରୀ ନେଇ ଫୁଲବାଣୀ ଯାଉଥିଲା ଓଁ ଶାନ୍ତି ନାମକ ଘରୋଇ ବସ୍ । ହେଲେ ଖୋର୍ଦ୍ଧା ୧୬ନଂ ଜାତୀୟ ରାଜପଥର ଗଡ ଖୋର୍ଦ୍ଧା ଛକ ନିକଟରେ ଘଟିଲା ଦୁର୍ଘଟଣା । ଭାରସାମ୍ୟ ହରାଇ ଟ୍ରକକୁ ପଛ ପଟୁ ପିଟିଲା ବସ୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।